ଏଇ ଭାରତରେ

ଗୋଟିଏ ପଟେ ସରକାରୀ ଚାକିରିର ଦାୟିତ୍ୱ ଅନ୍ୟପଟେ ଅସହାୟ ପିଲାଙ୍କ ଟ୍ୟୁଶନ ଭାରରେ କେବେ ବି ବିଚଳିତ ହୋଇନାହାନ୍ତି ତିନି ସରକାରୀ ଅଧିକାରୀ। ଏହି ଅଧିକାରୀମାନେ ହେଉଛନ୍ତି ବିହାରର ସନ୍ତୋଷ କୁମାର, ବିଜୟ କୁମାର ଏବଂ ରଞ୍ଜନ ପ୍ରକାଶ। ସନ୍ତୋଷ ଏବେ ଅରୁଣାଚଳ ପ୍ରଦେଶ ଷ୍ଟାଫ୍‌ ସିଲେକ୍‌ଶନର ସେକ୍ରେଟାରି ରହିଥିବାବେଳେ ରଞ୍ଜନ ସିଆର୍‌ପିଏଫ୍‌ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ବିଜୟ ଇଣ୍ଡିଆନ ଟ୍ରାଫିକ୍‌ ସର୍ଭିସ୍‌ର ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ସେମାନେ ଆମ୍ବେଡ୍‌କର ଇନିସିଏଟିଭ୍‌ ଫର୍‌ ମାର୍ଜିନାଲାଇଜ୍‌ଡ( ଏଆଇଏମ୍‌) ପାଠଶାଳା ଖୋଲି ଅସହାୟ ପିଲାଙ୍କୁ ମାଗଣାରେ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ସେମାନେ ଏହି ଅଭିଯାନ ଗୋପାଳଗଞ୍ଜ, ଔରଙ୍ଗାବାଦ୍‌ ଏବଂ ସମସ୍ତିପୁର ଜିଲାର ୩ଟି କେନ୍ଦ୍ରରେ ଚଳାଇଛନ୍ତି। କେବଳ ଏତିକି ନୁହେଁ, ସେମାନେ ପିଲାମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦେଉଛନ୍ତି। ଏଠାରେ ପ୍ରଥମରୁ ଦଶମ ଯାଏ ପିଲା ପଢୁଛନ୍ତି। କ୍ଲାସ୍‌ ସକାଳ ୭ଟାରେ ଆରମ୍ଭ ହୋଇ ୯ଟାରେ ଶେଷ ହେଉଛି। ଏଥିପାଇଁ ଭଲ ଶିକ୍ଷକ ଏବଂ ବିଶେଷଜ୍ଞଙ୍କୁ ଶିକ୍ଷାଦାନରେ ନିଯୁକ୍ତ କରାଯାଇଛି।