ଏଇ ଭାରତରେ

ଏକତା ହିଁ ବଳ, ଏକତା ବି ସମ୍ବଳ- ଏହା ପ୍ରମାଣ କରି ଦେଖାଇ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟ ଅନ୍ତର୍ଗତ ହିଙ୍ଗାନଗାଁଓର ଗ୍ରାମବାସୀ। ଅହମଦନଗରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ଏହି ଗାଁର ଲୋକସଂଖ୍ୟା ୩,୫୦୦। ସେମାନଙ୍କ ସମ୍ମିଳିତ ଉଦ୍ୟମ ଗାଁର ଦୃଶ୍ୟ ବଦଳାଇ ଦେଇଛିି। ଗ୍ରାମବାସୀ ୧ କୋଟି ଟଙ୍କା ଆଦାୟ କରି ଛୋଟ ବଡ଼ ୧୧ଟି ଆଡ଼ିବନ୍ଧ ନିର୍ମାଣ କରିଛନ୍ତି ଓ ଏଥିରେ ସେମାନେ ୧୪୦ କୋଟି ଲିଟର ଜଳ ସଂରକ୍ଷଣ କରିପାରିଛନ୍ତି। ସିନା ନଦୀରେ ମିଶିଥିବା ଦୁଇଟି ଉପନାଳୀ ଉପରେ ଏହିସବୁ ବନ୍ଧ ନିର୍ମାଣ କରାଯାଇଛି। ଏହା ଯୋଗୁ ଦୀର୍ଘ ୪୦ ବର୍ଷ ମଧ୍ୟରେ ସେମାନେ ପ୍ରଥମ ଥର ପାଇଁ ୩୦୦ ଏକର ଜମିରେ ଆଖୁଚାଷ କରିଛନ୍ତି। ବର୍ଷା ଅଭାବରୁ ହିଙ୍ଗାନଗାଁଓକୁ ପ୍ରତିଦିନ ୩ଟି ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ଏହା ଆଉ କରିବାକୁ ପଡୁନାହିଁ। ଉକ୍ତ ଗଁାର ଲୋକମାନେ ୨୦୧୪ରେ ପ୍ରଥମେ ଟଙ୍କା ଆଦାୟ କରି ସ୍କୁଲର ପୁନରୁଦ୍ଧାର କରିବା ପରେ ଏଭଳି ଯୋଜନା ହାତକୁ ନେଇଥିଲେ ବୋଲି କହନ୍ତି ଗ୍ରାମ ମୁଖିଆ ତଥା ସରପଞ୍ଚ ଆବାସାହେବ ସୋନାଓ୍ବାନେ। ବାହାରେ ଚାକିରି କରିଥିବା ଗାଁର ସମସ୍ତ ବ୍ୟକ୍ତି ତଥା ଗଁାର ସବୁ ପରିବାର ଟଙ୍କା ଆଦାୟ କରି ଏହିସବୁ ବନ୍ଧ ନିର୍ମାଣ କରିଛନ୍ତିି। ୨୦୧୪ରୁ ୨୦୧୯ ମଧ୍ୟରେ ଏହି ରାଶି ଆଦାୟ କରାଯାଇ ବ୍ୟୟ କରାଯାଇଛି। ଜିଲା ପ୍ରଶାସନ ମଧ୍ୟ କିଛି ସାହାଯ୍ୟ ଯୋଗାଇ ଦେଇଛନ୍ତି।