ଏଇ ଭାରତରେ

ନୀରବଚ୍ଛିନ୍ନ ସାଧନା ବଳରେ ସବୁକିଛି ସମ୍ଭବ,ଏହା ପ୍ରମାଣ କରିଛନ୍ତି ପଶ୍ଚିମବଙ୍ଗର ତାରାପଦ ହାଲ୍‌ଦାର। ସେ ଦିନ ମଜୁରିଆରୁ ଏବେ ପାଲଟିଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ସିତାର କାରିଗର। ଦାଦପୁର ଗାଁର ଏହି କଳାକାର ନିଜସ୍ବ ଉଦ୍ୟମରେ ତାଙ୍କ ଗାଁକୁ ଭାରତର ଏକ ସିତାର ନିର୍ମାଣ କେନ୍ଦ୍ର କରିପାରିଛନ୍ତି। ୧,୦୦୦ ହସ୍ତଶିଳ୍ପ କାରିଗରଙ୍କୁ ସିତାରା ତିଆରି କରିବାର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଶିକ୍ଷିତ କାରିଗରମାନେ ସେମାନଙ୍କ ଘରେ ସିତାର ତିଆରି କରୁଛନ୍ତି। ସିତାର ତିଆରି କରିବା ଲାଗି ଲାଉ, ବାଉଁଶ, କାଠ, ସେଲୁଲାଇଟ ପେପର ବ୍ୟବହାର କରୁଛନ୍ତି। ହଳଧର କୌଣସି ଡିଗ୍ରୀ ହାସଲ କରି ନାହାନ୍ତି କି ମ୍ୟୁଜିକ ଉପରେ ପ୍ରଶିକ୍ଷଣ ନେଇ ନାହାନ୍ତି । କିନ୍ତୁ ତାଙ୍କ ହାତ ତିଆରି ସିତାର ବଜାରରେ ଉପଲବ୍ଧ ଭଲ କ୍ୱାଲିଟିର ସିତାରଠାରୁ କୌଣସି ଗୁଣରେ କମ୍‌ ନୁହେଁ। ୧୯୬୦ରୁ ସେ ଏହି କାମ ଆରମ୍ଭ କରି ଦୀର୍ଘ ବର୍ଷ ମଧ୍ୟରେ ଗାଁର ସବୁ ଲୋକଙ୍କୁ ରୋଜଗାରକ୍ଷମ କରିବା ତାଙ୍କ ତ୍ୟାଗର ଏକ ବଳିଷ୍ଠ ଦୃଷ୍ଟାନ୍ତ। ତାରାପଦଙ୍କୁ ଏବେ ତାଙ୍କ ପୁଅ ସହଯୋଗ କରୁଛନ୍ତି। ୧୬ ବର୍ଷ ବୟସରେ କୋଲକାତା ଯାଇ ପ୍ରଥମେ ଏକ ଚା’ଦୋକାନରେ କାମ କରିଥିଲେ। ପରେ ଏକ ମ୍ୟୁଜିକ କମ୍ପାନୀରେ ୨ ଟଙ୍କା ମଜୁରିରେ କାମ କଲେ ଓ ସେଠାରେ ସେ ସିତାର ତିଆରି କରିବାର କୌଶଳ ଶିକ୍ଷା କରିଥିଲେ। ପରେ ଲକ୍ଷ୍ନୌ ଯାଇ ଏ ସମ୍ପର୍କରେ ଶିକ୍ଷା କରି ଗାଁକୁ ଫେରି ଏହି କାମ ଆରମ୍ଭ କରିଥିଲେ। ସିତାରଗୁଡ଼ିକ କ୍ୱାଲିଟି ଅନୁଯାୟୀ ୫,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି ହେଉଛି। ଲୋକମାନେ ତିଆରି କରୁଥିବା ସିତାରଗୁଡ଼ିକ ଭାରତର ବିଭିନ୍ନ ସହର ସମେତ ବିଶ୍ୱର ବିଭିନ୍ନ ଦେଶରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri