ଏଇ ଭାରତରେ

ଗାଁ ର ନାମ ମୁରଲୀପୁର। ଉତ୍ତରପ୍ରଦେଶ ଜାଉନପୁର ଜିଲାର ଏହି ଗାଁର ଝିଅମାନେ ପୁରୁଣା କଟକଣାକୁ ଭାଙ୍ଗି ଦେଇ ଏବେ ସେମାନେ କ୍ରିକେଟ ଖେଳିବାକୁ ବାହାରି ଆସିଛନ୍ତି। ଏହି ଗାଁରେ ରହିଛି ଅଜବ ପରମ୍ପରା। ଏଠାରେ ଝିଅକୁ ଖେଳିବାକୁ କି ପଢ଼ିବାକୁ ବାରଣ କରାଯାଏ। ଯେଉଁମାନେ ଅନ୍ୟ ଗାଁରୁ ଏହି ଗାଁକୁ ବୋହୂ ହୋଇ ଆସନ୍ତି ସେମାନଙ୍କୁ ବି ବହୁ କଟକଣା ମଧ୍ୟରେ ରହିବାକୁ ପଡ଼େ। କିନ୍ତୁ ପଡୋଶୀ ଗାଁ ଉଦପୁର ଗେଲହାଓ୍ବାରୁ ବାହା ହୋଇ ଆସିଥିବା କାଞ୍ଚନ ଏହି ସବୁ କଟକଣାକୁ ଭାଙ୍ଗିବା ଲାଗି ଆଗକୁ ବାହାରି ସଫଳ ହୋଇଛନ୍ତି। ତାଙ୍କ ଉଦ୍ୟମରେ ଏବେ ଝିଅମାନେ ସ୍କୁଲକୁ ଯାଉଛନ୍ତି। ସ୍କୁଲରୁ ଆସି ଘର କାମ କରୁଛନ୍ତି। ଲିଜର ଟାଇମରେ ସେମାନେ ଖେଳିବା ଦରକାର ବୋଲି କାଞ୍ଚନ ସେମାନଙ୍କ ମା’ଙ୍କୁ ଅବଗତ କରିବା ପରେ ଏବେ ଝିଅମାନଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି। ସେମାନେ କ୍ରିକେଟ ଖେଳିବା ଆରମ୍ଭ କରିଦେଇଛନ୍ତି। ଏହା କ’ଣ ଝିଅଙ୍କ ଖେଳ କହି ବିରୋଧ କରୁଥିବା ସେମାନଙ୍କ ପିତା ଏବେ ଖେଳିବା ଲାଗି ଉତ୍ସାହିତ କରୁଛନ୍ତି। ଖେଳିଲେ ମାଡ ମାରିବାର ଧମକ ଦେଉଥିତ୍ବା ସେମାନଙ୍କ ଭାଇମାନେ ବି ପଡିଆରେ ଉତ୍ସାହିତ କରିବାକୁ ପହଞ୍ଚତ୍ୟାଉଛନ୍ତି। ବେଳେବେଳେ ଝିଅମାନଙ୍କ ସହ ମିଶି ଏମାନେ ବି ଖେଳୁଛନ୍ତି। ଝିଅମାନେ ପୁରୁଣାକାଳିଆ ପ୍ରଥାକୁ ଭାଙ୍ଗି ଆଗକୁ ବଢିଥିବାରୁ ସେମାନଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।