ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ର କିଶୋର ପଟେଲ ହେଉଛନ୍ତି ଅନ୍ୟତମ। ସେ ନାସିକ୍‌ର ଇନ୍ଦିରାନଗରରେ ରହନ୍ତି। ସେ ହିଁ ରିୟଲ ଲାଇଫ ହିରୋ। ପ୍ରଦୂଷଣ ରୋକିବା ପାଇଁ ସେ ଗୋଦାବରୀ ନଦୀକୁ ଜଗୁଛନ୍ତି। ପଞ୍ଚ ବର୍ଷ ହେବ ଚନ୍ଦ୍ର ଏହି କାର୍ଯ୍ୟ କରୁଛନ୍ତି। ନଦୀ କଡ଼ରେ ଠିଆହୋଇ ଅଳିଆ ଆବର୍ଜନା ପକାଇବାକୁ ଲୋକଙ୍କୁ ବାରଣ କରୁଛନ୍ତି। ରାତିପାହିବା କ୍ଷଣି ଘରୁ ବାହାରି ଯାଉଛନ୍ତି ନଦୀ କୂଳକୁ ଓ ସେଠାରୁ ଫେରୁଛନ୍ତି ପୂର୍ବାହ୍ନ ୧୧ଟାରେ। ଠିଆ ହୋଇଥିତ୍ବା ସମୟରେ ଯଦି କେହି ଆବର୍ଜନା ନଦୀରେ ପକାଇବାକୁ ଆସୁଛନ୍ତି ତେବେ ଚନ୍ଦ୍ର ହୁଇସିଲ ମାରି ତାଙ୍କୁ ସତର୍କ କରି ଦେଉଛନ୍ତି। ଯିଏ ତାଙ୍କୁ ବିରୋଧ କରୁଛନ୍ତି ତାଙ୍କୁ ସେ ଉପଯୁକ୍ତ ଶିକ୍ଷା ଦେଉଛନ୍ତି। ନଦୀରୁ ଗୋଟିଏ ବୋତଲରେ ପାଣି ଆଣି ତାଙ୍କୁ ଢୋକେ ପିଇବାକୁ କହିବା ସହ ପ୍ରଦୂଷଣ ସମ୍ପର୍କରେ ସଚେତନ କରୁଛନ୍ତି। ଫଳରେ ଲୋକେ ବାଧ୍ୟ ହୋଇ ଅଳିଆ ନେଇ ଫେରିଯାଉଛନ୍ତି କିମ୍ବା ଚନ୍ଦ୍ରଙ୍କୁ ଦେଇଯାଉଛନ୍ତି। ଚନ୍ଦ୍ର ସେମାନଙ୍କଠାରୁ ଅଳିଆ ଆବର୍ଜନା ସଂଗ୍ରହ କରି ଏକ ବ୍ୟାଗରେ ରଖି ତା’ ପାଇଁ ଉଦ୍ଦିଷ୍ଟ ଜାଗାରେ ପକାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri