ଏଇ ଭାରତରେ

ସ୍କୁଲରେ ପଢ଼ି ଭଲ ମଣିଷ ହୋଇ ପୁରାତନ ଛାତ୍ରମାନେ ଶିକ୍ଷାନୁଷ୍ଠାନର ବିକାଶ ଲାଗି ସମୟ ଦେବା ସହ ଆର୍ଥିକ ସହଯୋଗ କରୁଥିବା ଘଟଣା ସାମନାକୁ ଆସେ। କିନ୍ତୁ ପଞ୍ଚାବର ରୂପନଗର ଜିଲାର ମୁଣ୍ଡିୟା ଗାଁର ଛାତ୍ରୀ ହରମନଦୀପ କୌର ସ୍କୁଲକୁ ନିଆରା ଦକ୍ଷିଣା ଦେଇଛନ୍ତି। ସେ ଲକ୍‌ଡାଉନ ସମୟରେ ସ୍କୁଲର ରୂପ ବଦଳାଇ ଦେଇଛନ୍ତି। ସେ ଜଣେ ପ୍ରତିଭାଧାରୀ ଚିତ୍ରକର। ଗଁାର ସରକାରୀ ମିଡିଲ ସ୍କୁଲର ହରମନଦୀପ ପଢ଼ିଥିଲେ। ସେ ଏହି ସ୍କୁଲ୍‌ର ସବୁଆଡେ ଶିକ୍ଷଣୀୟ ଚିତ୍ର ଆଙ୍କି ସଜେଇ ଦେଇଛନ୍ତି। ଏହାକୁ ଯେ ଦେଖୁଛନ୍ତି ସେମାନେ ଜଣେ ପ୍ରତିଷ୍ଠିତ ଚିତ୍ରକର କରିଥିବା ଅନୁମାନ କରୁଛନ୍ତି। ୪୫ ଦିନରେ କୌର ଏହି କାର୍ଯ୍ୟ ଶେଷ କରିପାରିଛନ୍ତି। ଏହି ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସେ ଚିତ୍ର ଆଙ୍କିବା ଶିଖିଥିଲେ। ତାଙ୍କ ମା’ ଚିତ୍ର ଆଙ୍କନ୍ତି ଓ ତାହା ଦେଖି ସେ ଖାତାରେ କରନ୍ତି। ଦ୍ୱାଦଶ ପାସ୍‌ କରିବା ପରେ ହରମନ ପଟିଆଲାର ଅଜାୟବ ଚିତ୍ରକର ଆଟର୍‌ସ ଆଣ୍ଡ୍‌ କ୍ରାଫ୍ଟିଙ୍ଗ ଟିଚର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରୁ ଆଟର୍‌ସ ଆଣ୍ଡ୍‌ କ୍ରାଫ୍ଟସ କୋର୍ସ କରିଛନ୍ତି। ସେ ପ୍ରତିଦିନ ୮ ଘଣ୍ଟା ପେଣ୍ଟିଂ ଲାଗି ସମୟ ଦେଉଛନ୍ତି।