ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପାରମ୍ପରିକ କୃଷିର କ୍ଷତି ଏଡ଼ାଇବା ପାଇଁ ଅରବିନ୍ଦ ଧକଡ଼ ବିନା ମାଟିରେ ଷ୍ଟ୍ରବେରି ଚାଷ କରି ପ୍ରଚୁର ଲାଭ କରୁଛନ୍ତି। ମଧ୍ୟପ୍ରଦେଶର ଏହି ଚାଷୀଙ୍କ ଘର ରତଲାମରେ। ସେ କେବଳ ପାଣି ଉପଯୋଗ କରି (ହାଇଡ୍ରୋପୋନିକ୍ସ ଉପାୟ) ୩ ହଜାର ବର୍ଗଫୁଟ ଜାଗାରେ ଏହି ଚାଷ କରୁଛନ୍ତି। ଥରକେ ସେ ୧୦୦୦ କେ.ଜି. ଷ୍ଟ୍ରବେରୀ ଉତ୍ପାଦନ କରୁଛନ୍ତି। ପାରମ୍ପରିକ ପଦ୍ଧତିରେ ଏତିକି ଚାଷରୁ ଯେତିକି ଲାଭ ମିଳିବା କଥା ଧକଡ଼ ତା’ଠାରୁ ୭୦ ପ୍ରତିଶତ ଅଧିକ ଲାଭ ପାଉଛନ୍ତି। ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରେ ୯୦ ପ୍ରତିଶତ ପାଣି ବଞ୍ଚାଇ ପାରୁଛନ୍ତି। ପ୍ରତି ୧୫ ଦିନରେ ଥରେ ନ୍ୟୁଟ୍ରିଣ୍ଟ ମିଶା ୧୦ ଲିଟର ପାଣି ଆବଶ୍ୟକ ପଡୁଛି। ଧକଡ଼ ପଲାଦିନୁ ତାଙ୍କ ବାପାଙ୍କ ସହ ଚାଷ କରୁଥିଲେ। ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ସେ କୃଷିକୁ ଆଦରି ନେଇଥିଲେ। ପରେ ୨୦୧୫ରେ ଇସ୍ରାଏଲ ଯାଇ ହାଇଡ୍ରୋପୋନିକ୍ସ ଚାଷ ସମ୍ପର୍କରେ ଶିକ୍ଷା ଲାଭ କରି ଏବେ ଚାଷ କରୁଛନ୍ତି। ପ୍ରଥମେ ସେ ହାଇଡ୍ରେପୋନିକ୍ସ କିଟ୍‌ ବା ପଟ୍‌ ଲାଗି ୨୨ହଜାର ଟଙ୍କା ବ୍ୟୟକରି ଏହି ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ହାଇଡ୍ରୋପୋନିକ୍ସ ଚାଷ ସମ୍ପର୍କରେ ସେ ଏକ ଟ୍ରେନିଂ ପ୍ରୋଗାମ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରାୟ ୫ ହଜାର ଲୋକଙ୍କୁ ଏହା ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି ବୋଲି କୁହନ୍ତି ଧକଡ଼।