ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପାରମ୍ପରିକ କୃଷିର କ୍ଷତି ଏଡ଼ାଇବା ପାଇଁ ଅରବିନ୍ଦ ଧକଡ଼ ବିନା ମାଟିରେ ଷ୍ଟ୍ରବେରି ଚାଷ କରି ପ୍ରଚୁର ଲାଭ କରୁଛନ୍ତି। ମଧ୍ୟପ୍ରଦେଶର ଏହି ଚାଷୀଙ୍କ ଘର ରତଲାମରେ। ସେ କେବଳ ପାଣି ଉପଯୋଗ କରି (ହାଇଡ୍ରୋପୋନିକ୍ସ ଉପାୟ) ୩ ହଜାର ବର୍ଗଫୁଟ ଜାଗାରେ ଏହି ଚାଷ କରୁଛନ୍ତି। ଥରକେ ସେ ୧୦୦୦ କେ.ଜି. ଷ୍ଟ୍ରବେରୀ ଉତ୍ପାଦନ କରୁଛନ୍ତି। ପାରମ୍ପରିକ ପଦ୍ଧତିରେ ଏତିକି ଚାଷରୁ ଯେତିକି ଲାଭ ମିଳିବା କଥା ଧକଡ଼ ତା’ଠାରୁ ୭୦ ପ୍ରତିଶତ ଅଧିକ ଲାଭ ପାଉଛନ୍ତି। ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରେ ୯୦ ପ୍ରତିଶତ ପାଣି ବଞ୍ଚାଇ ପାରୁଛନ୍ତି। ପ୍ରତି ୧୫ ଦିନରେ ଥରେ ନ୍ୟୁଟ୍ରିଣ୍ଟ ମିଶା ୧୦ ଲିଟର ପାଣି ଆବଶ୍ୟକ ପଡୁଛି। ଧକଡ଼ ପଲାଦିନୁ ତାଙ୍କ ବାପାଙ୍କ ସହ ଚାଷ କରୁଥିଲେ। ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ସେ କୃଷିକୁ ଆଦରି ନେଇଥିଲେ। ପରେ ୨୦୧୫ରେ ଇସ୍ରାଏଲ ଯାଇ ହାଇଡ୍ରୋପୋନିକ୍ସ ଚାଷ ସମ୍ପର୍କରେ ଶିକ୍ଷା ଲାଭ କରି ଏବେ ଚାଷ କରୁଛନ୍ତି। ପ୍ରଥମେ ସେ ହାଇଡ୍ରେପୋନିକ୍ସ କିଟ୍‌ ବା ପଟ୍‌ ଲାଗି ୨୨ହଜାର ଟଙ୍କା ବ୍ୟୟକରି ଏହି ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ହାଇଡ୍ରୋପୋନିକ୍ସ ଚାଷ ସମ୍ପର୍କରେ ସେ ଏକ ଟ୍ରେନିଂ ପ୍ରୋଗାମ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରାୟ ୫ ହଜାର ଲୋକଙ୍କୁ ଏହା ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି ବୋଲି କୁହନ୍ତି ଧକଡ଼।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri