ଏଇ ଭାରତରେ

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ। ସୋସିଆଲ୍‌ ମିଡିଆରେ ଏହି ବିଷୟ ଭାଇରାଲ ହେବାରେ ଲାଗିଛି। ମଣିଷ ଏବଂ ସର୍ପ ମଧ୍ୟରେ ସମ୍ପର୍କ ନିଆରା। ବିଷାକ୍ତ ସାପକୁ ଦେଖିଲେ କେହି ଭୟ କରିଥାନ୍ତି ଅଥବା ବାଡେଇ ମାରିଦେଇଥାନ୍ତି। ବିଷାକ୍ତ ସାପ ମଧ୍ୟ ମଣିଷକୁ ଦଂଶିବା ପୂର୍ବରୁ ଦୟା ଦେଖାଇ ନ ଥାଏ। ଅପରପକ୍ଷରେ ଜୀବେ ଦୟାକୁ ଭାରତୀୟ ସମାଜ ଅତି ପୁରାତନ କାଳରୁ ଗୁରୁତ୍ୱ ଦେଇଆସିଛି। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ଜହର ଖାଇଥିବା ଏକ ସାପର ଜୀବନ ବଞ୍ଚାଇଛନ୍ତି। ଇନ୍ଦୋର ଆଇଟି ଅଧିକାରୀ ଶେରସିଂ ଗିନ୍ନାରେ କୀଟନାଶକ ଖାଇଥିବା ଏକ ସାପର ଜୀବନ ବଞ୍ଚାଇବା ଲାଗି ନିଜ ପାଟିରେ ପାଣି ଭର୍ତ୍ତି କରି ଏହାକୁ ଏକ ପ୍ଲାଷ୍ଟିକ୍‌ ଷ୍ଟ୍ର ଦ୍ୱାରା ସାପ ପାଟିରେ ଛାଡିଥିଲେ। ଏଭଳି ବାରମ୍ବାର କରିବା ଦ୍ୱାରା ସାପର ବାନ୍ତି ହୋଇଯିବାରୁ ପାଣି ସହ ବିଷ ପଦାକୁ ବାହାରି ଆସିଥିଲା। ଫଳରେ ସାପର ଜୀବନ ରକ୍ଷା ହୋଇପାରିଲା। ଶେର୍‌ସିଂଙ୍କ ଏଭଳି କାର୍ଯ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।