ଏଇ ଭାରତରେ

ସ୍ବର୍ଣ୍ଣଚମ୍ପା ଫୁଲଚାଷରୁ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର କୃଷକ ରବର୍ଟ ଡିବ୍ରିଟୋ। ଏହା ସହ ସେ ୨୫ଟି ଗାଁରେ ଏହି ଫୁଲଚାଷ କରିବା ପାଇଁ ଲୋକମାନଙ୍କୁ ପ୍ରେରଣା ଦେଇଛନ୍ତି। ଡିବ୍ରିଟୋଙ୍କୁ ବର୍ତ୍ତମାନ ବୟସ ୬୪। ପାଲଘର ଜିଲା ବାସାଇ- ବିରାର ତହସିଲ ଅନ୍ତର୍ଗତ ସତପଲେ ଗାଁରେ ତାଙ୍କ ଘର। ସେଠାରେ ସେ ୩୦ ଗୁଣ୍ଠ ଜମିରେ ସ୍ବର୍ଣ୍ଣଚମ୍ପା ଚାଷ କରୁଛନ୍ତି। ୮ରୁ ୧୦ ଫୁଟ ଯାଏ ବଢି ପାରୁଥିବା ଏହି ଚମ୍ପାଗଛରୁ ଦିନକୁ ପାଖାପାଖି ୧୦ ହଜାର ଫୁଲ ବାହାରୁଛି ଓ ତାହାକୁ ଘର ପାଖରୁ ୫୭ କି.ମି. ଦୂର ମୁମ୍ବାଇର ଦାଦର ଫୁଲ ବଜାରରେ ବିକ୍ରି କରୁଛନ୍ତି। ଏହି କାର୍ଯ୍ୟରେ ସେ କେତେଜଣ ଲୋକଙ୍କୁ ବି ନିଯୁକ୍ତି ଦେଇଛନ୍ତି। ସବୁ ଖର୍ଚ୍ଚ ଯାଇ ସେ ମାସକୁ ୭୫ ହଜାର ଟଙ୍କା ଲାଭ କରୁଛନ୍ତି। ଏହି ଫୁଲ ଏବେ ମୁମ୍ବାଇବାସୀଙ୍କ ଅତି ପ୍ରିିୟ ହୋଇଯାଇଛି। ସେ ଶହେଟି ଫୁଲକୁ ୧୦୦ ଟଙ୍କାରେ ବିକନ୍ତି। କିନ୍ତୁ ଗଣେଶ ଚତୁର୍ଥୀ, ନବରାତ୍ରି ଓ ବାହାଘର ସମୟରେ ଏହାର ଦାମ ପ୍ରାୟ ୭୦୦ ଟଙ୍କା ରହେ। ଡିବ୍ରିଟୋ ପଲିଟେକ୍‌ନିକ୍‌ ପଢୁଥିତ୍ଲେ। ପିତାଙ୍କ ମୃତ୍ୟୁ ପରେ ପାଠ ଛାଡି ଦେଇ ମଲ୍ଲିଫୁଲ ଚାଷ ଆରମ୍ଭ କରିଥିଲେ। ପରେ ଏହି ଚାଷରୁ ଓହରି ଆସି ସେ ସ୍ବର୍ଣ୍ଣଚମ୍ପା ଚାଷ ପ୍ରତି ମନ ବଳାଇଥିଲେ। ସେ ତାଙ୍କ ବଗିଚାରେ ଶୁଖିଲା ଗୋବର ଖତ ପ୍ରୟୋଗ କରନ୍ତି ଓ ପ୍ରତି ୪ ଦିନରେ ପାଣି ମଡାନ୍ତି। ଏବେ ତାଙ୍କ ତତ୍ତ୍ୱାବଧାନରେ ବାସାଇ- ବିରାର ତହସିଲର ୨୫ଟି ଗାଁର ପାଖାପାଖି ୫୦୦ ପରିବାର ସ୍ବର୍ଣ୍ଣଚମ୍ପା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। କରୋନା ମହାମାରୀ ସମୟରେ ଚାଷରେ କ୍ଷତି ହେଉଥିତ୍ଲେ ବି ଏହାକୁ ଜାରି ରଖିବା ଲାଗି ସେ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି। ଏହି ଚାଷକୁ ଲୋକପ୍ରିୟ କରିପାରିଥିବାରୁ ଡିବ୍ରିଟୋଙ୍କୁ ବସନ୍ତରାଓ ନାଏକ କୃଷି ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri