ଏଇ ଭାରତରେ

ଈଶ୍ୱରଙ୍କ ନିକଟତର ହେବା ପାଇଁ କିଏ କେତେ ପ୍ରକାର ସାଧନା କରନ୍ତି। କିନ୍ତୁ ଜଣେ ବୃଦ୍ଧ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଜୀବନ୍ତ ସମାଧି ନେବାକୁ ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଗୁଣ୍ଟୁର ଜିଲା ଗନ୍ନାବରମ ଗାଁର ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଥାତିରେଡ୍ଡୀ ଲାଚି ରେଡ୍ଡୀ ନାମକ ଏହି ବ୍ୟକ୍ତି ଭଗବାନଙ୍କ ନିକଟତର ହେବାକୁ ଏଭଳି ଅଭିନବ ପନ୍ଥା ଆପଣାଇଥିଲେ। ନିଜ କ୍ଷେତରେ ଏକ ସମାଧି ଖୋଳି ଜୀବନ୍ତ ସମାଧି ନେବାକୁ ଉଦ୍ୟମ କରିଥିଲେ। ସେ ଈଶ୍ୱରଙ୍କୁ ଆରାଧନା କରି ସମାଧିସ୍ଥ ହେବାକୁ ଚାହୁଁଥିଲେ। ହେଲେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ବୃଦ୍ଧଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଆଗେଇ ଆସିଥିଲେ। ସେ ଜିଲାପାଳଙ୍କ ନିକଟକୁ ଏକ ପତ୍ରଲେଖି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ହେଲେ ଏପରି କାର୍ଯ୍ୟ କରିବା ପୂର୍ବରୁ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା ଏବଂ ବୃଦ୍ଧ ଜଣକ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ।