ଏଇ ଭାରତରେ

ନିରାଶ୍ରୟମାନଙ୍କୁ ନିଜ ପରିବାର ଭାବେ ଗ୍ରହଣ କରିନେଇଛନ୍ତି ମଧ୍ୟପ୍ରଦେଶର ସୁଧୀର ଗୋୟଲ। ତାଙ୍କୁ ବର୍ତ୍ତମାନ ବୟସ ୬୧। ନିରାଶ୍ରୟ ଶିଶୁ,ବୃଦ୍ଧ-ବୃଦ୍ଧାମାନଙ୍କ ଲାଗି ସେ ପାଲଟିଯାଇଛନ୍ତି ଆଶାର ଆଲୋକ। ସେମାନଙ୍କୁ ଆଶ୍ରୟ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ୧୯୮୯ରେ ସେ ଉଜ୍ଜୟିନୀରେ ସ୍ବଧାମ ଆଶ୍ରମ ପ୍ରତିଷ୍ଠା କରି ନିରାଶ୍ରୟଙ୍କ ସେବା ଆରମ୍ଭ କରିଥିଲେ। ନିରାଶ୍ରୟମାନଙ୍କ ମଧ୍ୟରେ ପାଖାପାଖି ୫୦୦ ଦିବ୍ୟାଙ୍ଗ ଏହି ଆଶ୍ରମରେ ରହୁଛନ୍ତି। ଏହି ବିଶାଳ ପରିବାରର ଯନତ୍ ନେବାରେ ସୁଧୀରଙ୍କ ସ୍ତ୍ରୀ କାନ୍ତା ତାଙ୍କୁ ସହଯୋଗ କରୁଛନ୍ତି। କେବଳ ଏତିକି ନୁହେଁ ସେ ମଧ୍ୟ ଏକ ଗୋଶାଳା ପ୍ରତିଷ୍ଠା କରି ସେଥିରେ ୧୦୦ରୁ ଊର୍ଦ୍ଧ୍ୱ ଗାଈ ରଖିଛନ୍ତି। ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଦୈନିକ ଫିଜିଓଥେରାପି ଓ ଯୋଗଶିକ୍ଷା ବି ଚାଲୁ ରଖିଛନ୍ତି। ପିଲାଦିନରୁ ନିରାଶ୍ରୟଙ୍କ ସେବା କରିବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସାକାର ହୋଇଛି ବୋଲି କହନ୍ତି ସୁଧୀର।