ଏଇ ଭାରତରେ

ଅକ୍ଷୟ କୋଠାଓ୍ବାଲେ ପେସାରେ ଅଟୋ ଚାଳକ। ହେଲେ ଲକ୍‌ଡାଉନରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ୩୦ ବର୍ଷୀୟ ଅକ୍ଷୟ ତାଙ୍କ ବାହାଘର ଲାଗି ସଞ୍ଚିତ ଅର୍ଥକୁ ଏଥିରେ ବ୍ୟୟ କରୁଛନ୍ତି। ସେ ଅଟୋରେ ବରିଷ୍ଠ ନାଗରିକ ଓ ଗର୍ଭବତୀମାନଙ୍କୁ ଡାକ୍ତରଙ୍କ ପାଖକୁ ମାଗଣାରେ ନେଉଛନ୍ତି। ଅକ୍ଷୟ ରୁହନ୍ତି ପୁଣେରେ। ମେ’ ୨୫ରେ ଅକ୍ଷୟଙ୍କ ସହ ରୂପାଲିଙ୍କ ବାହାଘର ସ୍ଥିର ହୋଇଥିଲା। ପୁଣେରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଉଭୟେ ବାହାଘର ବନ୍ଦ ରଖିବାକୁ ନିଷ୍ପତ୍ତିି ନେଇଥିଲେ। ପରେ ଅକ୍ଷୟ ବାହାଘର ବାବଦକୁ ସଞ୍ଚୟ କରିଥିବା ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରର ବେସାହାରା ତଥା ପ୍ରବାସୀ ଶ୍ରମିକଙ୍କୁ ଦୈନିକ ଖାଇବାକୁ ଦେଉଛନ୍ତି। ଏଥିରେ ରୂପାଲି ଅକ୍ଷୟଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଅନ୍ୟମାନେ ବି ଅକ୍ଷୟଙ୍କୁ ଆର୍ଥିକ ସହଯୋଗ କରୁଛନ୍ତି। ଅକ୍ଷୟଙ୍କର ତିନି ଜଣ ସାଙ୍ଗ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ସେମାନେ ସକାଳୁ ଉଠି ଖେଚୁଡ଼ି, ପଲାଉ ଓ ସମ୍ବର ରାଇସ୍‌ ପ୍ରସ୍ତୁତ କରି ତାହାକୁ ଅଟୋରେ ନେଇ ଲୋକମାନଙ୍କୁ ଦେଉଛନ୍ତି। ୪ରୁ ୫ଟି ସ୍ଥାନରେ ସେମାନେ ଖାଦ୍ୟ ପହଞ୍ଚାଉଛନ୍ତି। ମେ’ ୩୧ ଯାଏ ଏହାକୁ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ। ଅଟୋରେ ବି ସେ ମାଇକ ଲଗାଇଛନ୍ତି। ଅଟୋରେ ଗଲାବେଳେ ସେ ଏଥିରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ରାସ୍ତାକଡ଼ରେ ରହୁଥିବା ଲୋକମାନଙ୍କୁ ବି ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri