ଏଇ ଭାରତରେ

ଅକ୍ଷୟ କୋଠାଓ୍ବାଲେ ପେସାରେ ଅଟୋ ଚାଳକ। ହେଲେ ଲକ୍‌ଡାଉନରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ୩୦ ବର୍ଷୀୟ ଅକ୍ଷୟ ତାଙ୍କ ବାହାଘର ଲାଗି ସଞ୍ଚିତ ଅର୍ଥକୁ ଏଥିରେ ବ୍ୟୟ କରୁଛନ୍ତି। ସେ ଅଟୋରେ ବରିଷ୍ଠ ନାଗରିକ ଓ ଗର୍ଭବତୀମାନଙ୍କୁ ଡାକ୍ତରଙ୍କ ପାଖକୁ ମାଗଣାରେ ନେଉଛନ୍ତି। ଅକ୍ଷୟ ରୁହନ୍ତି ପୁଣେରେ। ମେ’ ୨୫ରେ ଅକ୍ଷୟଙ୍କ ସହ ରୂପାଲିଙ୍କ ବାହାଘର ସ୍ଥିର ହୋଇଥିଲା। ପୁଣେରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଉଭୟେ ବାହାଘର ବନ୍ଦ ରଖିବାକୁ ନିଷ୍ପତ୍ତିି ନେଇଥିଲେ। ପରେ ଅକ୍ଷୟ ବାହାଘର ବାବଦକୁ ସଞ୍ଚୟ କରିଥିବା ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରର ବେସାହାରା ତଥା ପ୍ରବାସୀ ଶ୍ରମିକଙ୍କୁ ଦୈନିକ ଖାଇବାକୁ ଦେଉଛନ୍ତି। ଏଥିରେ ରୂପାଲି ଅକ୍ଷୟଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଅନ୍ୟମାନେ ବି ଅକ୍ଷୟଙ୍କୁ ଆର୍ଥିକ ସହଯୋଗ କରୁଛନ୍ତି। ଅକ୍ଷୟଙ୍କର ତିନି ଜଣ ସାଙ୍ଗ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ସେମାନେ ସକାଳୁ ଉଠି ଖେଚୁଡ଼ି, ପଲାଉ ଓ ସମ୍ବର ରାଇସ୍‌ ପ୍ରସ୍ତୁତ କରି ତାହାକୁ ଅଟୋରେ ନେଇ ଲୋକମାନଙ୍କୁ ଦେଉଛନ୍ତି। ୪ରୁ ୫ଟି ସ୍ଥାନରେ ସେମାନେ ଖାଦ୍ୟ ପହଞ୍ଚାଉଛନ୍ତି। ମେ’ ୩୧ ଯାଏ ଏହାକୁ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ। ଅଟୋରେ ବି ସେ ମାଇକ ଲଗାଇଛନ୍ତି। ଅଟୋରେ ଗଲାବେଳେ ସେ ଏଥିରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ରାସ୍ତାକଡ଼ରେ ରହୁଥିବା ଲୋକମାନଙ୍କୁ ବି ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri