ଏଇ ଭାରତରେ

ପ୍ରଦୂଷିତ ବାୟୁକୁ ଉପଯୋଗ କରି କାର୍ବନ ଟାଇଲ ପ୍ରସ୍ତୁତ ହୋଇପାରୁଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ମୁମ୍ବାଇର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଏଭଳି ଟାଇଲ୍‌ ତିଆରି କରାଯାଉଛି। ପ୍ରଦୂଷିତ ବାୟୁରୁ ଟାଇଲ୍‌ ପ୍ରସ୍ତୁତ କରୁଥିବା ବୋଷ୍ଟନସ୍ଥିତ ଏୟାର- ଲିଙ୍କ୍‌ ଷ୍ଟାର୍ଟଅପ୍‌ ସହଭାଗିତାରେ ଏହି ଷ୍ଟାର୍ଟଅପ ଚାଲିଛି। ତେଜସ୍‌ ୨୦୧୯ରେ ଉକ୍ତ ଷ୍ଟାର୍ଟଅପ୍‌କୁୁ ପ୍ରତିଷ୍ଠା କରି ତା’ ନାମ ରଖିଛନ୍ତି କାର୍ବନ କ୍ରାଫ୍ଟ ଡିଜାଇନ। ଗୋଟିଏ କାର୍ବନ ଟାଇଲ ତିଆରି କରିବା ପାଇଁ ୩୦,୦୦୦ ଲିଟର ଏୟାର ଫିଲ୍‌୍‌ଟର କରିବାକୁ ପଡୁଛି। ଏହା ବ୍ୟତୀତ ଏବକାର କାଚ ଭଳି ଟାଇଲ ପ୍ରସ୍ତୁତ କରିବା ଲାଗି ଯେତିକି ଏନର୍ଜି ଆବଶ୍ୟକ ତା’ର ୫ ଭାଗରୁ ଭାଗେରେ ଏହି ଟାଇଲ ତିଆରି କରାଯାଉଛି। ଏ କ୍ଷେତ୍ରରେ ଟାଇଲ୍‌କୁ ପୋଡା ନ ଯାଇ ହାଇଡ୍ରୋଲିକ ପ୍ରେସର୍‌ରେ ତିଆରି କରାଯାଉଛି। ବାୟୁରେ ଥିବା ପ୍ରଦୂଷିତ କଣିକାକୁ ମାର୍ବଲ ଚିପ୍ସ ,ମାର୍ବଲ ପାଉଡର ଓ ସିମେଣ୍ଟ ସହ ମିଶାଇ ୮ ଇଞ୍ଚ- ୮ ଇଞ୍ଚ,୧୦-୧୦ ଇଞ୍ଚ, ୧୨-୧୨ ଇଞ୍ଚ ସାଇଜ୍‌ର ଟାଇଲ ତିଆରି କରାଯାଉଛିି। ଅତ୍ୟଧିକ ବାୟୁ ପ୍ରଦୂଷିତ ଶିଳ୍ପାଞ୍ଚଳ ପାଇଁ ତେଜସ୍‌ଙ୍କ ନୂଆ ପଦ୍ଧତି ବେଶ୍‌ ଉପଯୋଗୀ ହୋଇପାରିବ। ୟୁନିଭର୍ସିଟି ଅଫ୍‌ ମୁମ୍ବାଇରୁ ତେଜସ୍‌ ଆର୍କିଟେକ୍‌ଚରରେ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇର ଏକ ଆର୍କିଟେକ୍‌ ଫାର୍ମରେ ଜୁନିୟର ଆର୍କିଟେକ୍‌ ଭାବେ କାର୍ଯ୍ୟ କରିଥିଲେ। ପରେ ଲଣ୍ଡନର ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚରରୁ ଏମର୍ଜେଣ୍ଟ ଟେକ୍‌ନୋଲୋଜି ଆଣ୍ଡ୍‌ ଡିଜାଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୯ ଜାନୁୟାରୀରେ ଷ୍ଟାର୍ଟଅପ ଆରମ୍ଭ କରି ବହୁ ଗବେଷଣା ପରେ ମେ’ ମାସରେ ଏହି ଟାଇଲ୍‌ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲେ। ଏଭଳି ଟାଇଲ ନିର୍ମାଣ କରିବା ପାଇଁ ଏବେ ଗୋଦରେଜ,ଲାର୍ସନ ଆଣ୍ଡ ଟୁବ୍ରୋ ଭଳି ଆଗଧାଡିର କମ୍ପାନୀ ତେଜସ୍‌ଙ୍କ ଷ୍ଟାର୍ଟଅପ୍‌ ସହ ଯୋଗାଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri