ଏଇ ଭାରତରେ

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାଧାରଣ ଜନତା ଯଥାଶକ୍ତି ସରକାରଙ୍କୁ ସହଯୋଗ କରୁଥିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଯୋଗଦାନ ପ୍ରେରଣା ପାଲଟିଛି। ପୁଡୁଚେରିର ରାମନାଥପୁରମ୍‌ ନିବାସୀ ମଣିକନ୍ଦନ ଲକ୍‌ଡାଉନ ସମୟରେ ୨୪ ଘଣ୍ଟିଆ ଆମ୍ବୁଲାନ ସେବା ଯୋଗାଇ ଦେଉଛନ୍ତି। ରୋଗୀମାନଙ୍କୁ ହସ୍ପିଟାଲରେ ଠିକ୍‌ ସମୟରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସବୁଠୁ ବଡ କଥା ହେଉଛି ସେ ଚାକିରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ମାଗଣାରେ ଲୋକମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। କାହାଠାରୁ ଟଙ୍କାଟିଏ ବି ଅନୁଦାନ ନେଉନାହାନ୍ତି। ଏଥିପାଇଁ ମଣିକନ୍ଦନଙ୍କୁ ଏବେ ଲୋକମାନେ ‘ଆମ୍ବୁଲାନ୍ସ ମଣି’ କହୁଛନ୍ତି। ୨୦୦୭ରେ ହସ୍ପିଟାଲରେ ନ ପହଞ୍ଚିପାରି ତାଙ୍କ ଭାଇଙ୍କର ମୃତ୍ୟୁ ହେବା ପରେ ସେ ବିନା ଦେୟରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ। ପରେ କଠିନ ପରିଶ୍ରମ ବଳରେ ଅର୍ଥ ଉପାର୍ଜନ କରି ସଞ୍ଚୟ କରିବା ପରେ ୨୦୧୬ରୁ ମାଗଣା ସେବା ଯୋଗାଇ ଦେଉଛନ୍ତି। ଦିନରେ କାର୍‌ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରି ରାତିରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଦିନରେ ଯେହେତୁ ଡ୍ୟୁଟିରେ ରହନ୍ତି ସେଥିପାଇଁ ସେ ଦିନବେଳା ଜଣେ ଡ୍ରାଇଭରଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଏବେ ସୁଦ୍ଧା ମଣି ୬୫୦ ଜଣରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇପାରିଛନ୍ତି। ଏପରି କି ୧୦୮ ଆମ୍ବୁଲାନ୍ସକୁ କଲ୍‌ କଲେ ତାହା ବ୍ୟସ୍ତ ରହିଥିଲେ ସେମାନେ ରୋଗୀ ସମ୍ପର୍କରେ ମଣିଙ୍କୁ ଜଣାଇଦେବା ପରେ ସେ ତତ୍‌କ୍ଷଣାତ ସେବା ଯୋଗାଇ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri