ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ତାମିଲନାଡୁର ତେନିଥ୍‌ ଆଦିତ୍ୟ କଦଳୀ ପତ୍ରରେ ବିଭିନ୍ନ ବ୍ୟବହାର ଉପଯୋଗୀ ଜୈବିକ ଜିନିଷ ତିଆରି କରୁଛନ୍ତି। ସେ କୌଣସି କେମିକାଲ ବ୍ୟବହାର ନ କରି କଦଳୀ ପତ୍ରରେ ଡିସ୍‌ପୋଜେବଲ କପ୍‌, ପ୍ଲେଟ,ଏନ୍‌ଭଲପ, ଷ୍ଟ୍ର ଆଦି ଉପତ୍ାଦ ପ୍ରସ୍ତୁତ କରୁଛନ୍ତି। ଏହି ଜିନିଷଗୁଡିକ ବି ବର୍ଷେ ଯାଏ ସୁରକ୍ଷିତ ରହିପାରିବ ଓ ବ୍ୟବହାର ଉପଯୋଗୀ ବି ହେଉଛି। ବିରୁଧୁନଗର ଜିଲା ଓ୍ପାଟରପ୍‌ ଗାଁରେ ରହନ୍ତି ଆଦିତ୍ୟ। ପରିବେଶ ଉପଯୋଗୀ ‘ବାନାନା ଲିଫ୍‌ ଟେକନୋଲୋଜି’ରେ ଏଭଳି ଜିନିଷ ସେ ତିଆରି କରୁଛନ୍ତି। ଏହି ଟେକ୍‌ନୋଲୋଜି ପାଇଁ ଜାତୀୟ ସ୍ତରରେ ଦୁଇଟି, ଆନ୍ତର୍ଜାତିକ ସ୍ତରରେ ୭ଟି ପୁରସ୍କାର ଲାଭ କରିଛନ୍ତି ଆଦିତ୍ୟ। ସାଧାରଣତଃ କଦଳୀ ପତ୍ରରେ ତିଆରି ଜିନିଷ ଅତିବେଶିରେ ତିନିଦିନ ଯାଏ ରହିପାରେ, କିନ୍ତୁ ଏହି ଟେକ୍‌ନୋଲୋଜିରେ ତିଆରି ହେଉଥିବା ଜିନିଷ ନଷ୍ଟ ନ ହୋଇ ବର୍ଷେଯାଏ ରହିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେଇଛି। ଏହା ପ୍ରତିକୂଳ ପାଗରେ ବି ସୁରକ୍ଷିତ ରହୁଛି। ଏହି ଟେକ୍‌ନୋଲୋଜିରେ ସେ କଦଳୀପତ୍ରରେ ଥିବା ସେଲ୍‌ ବୃଦ୍ଧି କରିବା ସହ ସେଲ୍‌ ଓ୍ବାଲ୍‌କୁ ମଜଭୁତ କରୁଛନ୍ତି। ପତ୍ରରୁ ରୋଗ ସୃଷ୍ଟିକାରୀ ସେଲ୍‌କୁ ବାହାର କରିବା ପରେ ସେ ଜିନିଷ ତିଆରି କରିବା ପାଇଁ ବ୍ୟବହାର କରୁଛନ୍ତି। ଆଦିତ୍ୟଙ୍କୁ ଏବେ ବୟସ ୨୨। ସେ ଏହା ବିନା କେମିକାଲରେ କରୁଛନ୍ତି ।
ଆଦିତ୍ୟ କହନ୍ତି ଯେ, ଏହି ସବୁ ଜିନିଷ ଶତ ପ୍ରତିଶତ ଜୈବିକ। ବିଭିନ୍ନ ଜିନିଷ ପ୍ରସ୍ତୁତ କରିବାକୁ ସେ ମେଶିନ ବ୍ୟବହାର କରୁଛନ୍ତି। ଆଦିତ୍ୟ ଏବେ ଏହି ଜିନିଷ କିପରି ଅଧିକ ତିଆରି କରାଯାଇପାରିବ ସେଥିପାଇଁ ୧୦ଟି କମ୍ପାନୀ ସହ ଯୋଗାଯୋଗ କରୁଛନ୍ତି। ଏହା ସମ୍ଭବ ହେଲେ ଦେଶରେ ଡିସ୍‌ପୋଜାଲ ପ୍ଲାଷ୍ଟିକ ବ୍ୟବହାର ପୂରା କମିଯିବ ବୋଲି କହନ୍ତି ଆଦିତ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri