ଏଇ ଭାରତରେ

ଭାରତରେ ମାନବ ଚାଲାଣ ଭଳି ଏକ ଉତ୍କଟ ସମସ୍ୟାକୁ ପ୍ରତିହତ କରିବା ଲାଗି ବାପ ଓ ଝିଅଙ୍କ ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାଦାୟକ। ସୁନ୍ଦରବନ ଜିଲା ଗୋରାଁବୋଷ ଗାଁର ବାସିନ୍ଦା ନୀହାର ରପ୍ତାନ ଏବଂ ତାଙ୍କ ଝିଅ ଶୁଭଶ୍ରୀ ପ୍ରାୟ ୨,୫୦୦ ନାବାଳିକା ଓ ମହିଳାଙ୍କୁ ଉଦ୍ଧାର କରିସାରିଲେଣି। ‘ଗ୍ରାମ ବିକାଶ କେନ୍ଦ୍ର’ ଏନଜିଓ ମାଧ୍ୟମରେ ସେମାନେ ମହିଳାମାନଙ୍କୁ ଉଦ୍ଧାର କରୁଛନ୍ତି। ସୁନ୍ଦରବନ ଜିଲାରେ ପ୍ରଳୟଙ୍କରୀ ବାତ୍ୟା ପରେ ଗରିବ ଝିଅମାନଙ୍କ ଚାଲାଣ ରୋକିବା ଲାଗି ୧୯୮୫ରେ ଏହି ଏନ୍‌ଜିଓ ପ୍ରତିଷ୍ଠା କରିଥିଲେ । ଶୁଭଶ୍ରୀଙ୍କୁ ୧୯ ବର୍ଷ ହୋଇଥିଲାବେଳେ ସେ ପ୍ରଥମେ ଏକ ମାନବ ଚାଲାଣ ମାମଲାର ସମାଧାନ କରିଥିଲେ। ୨୦୧୩ରେ ଶୁଭଶ୍ରୀ କଲେଜରେ ପଢିବା ସମୟରେ ଜଣେ ନାବାଳିକାକୁ ତାଙ୍କ ଭିଣୋଇ ଦେହ ବ୍ୟବସାୟ ପାଇଁ ବାଧ୍ୟ କରିବା ଖବର ପାଇବା ପରେ ଝିଅଟିକୁ ଉଦ୍ଧାର କରିଥିଲେ। ଏଥିପାଇଁ ସେ ତାଙ୍କ ବାପାଙ୍କ ସହଯୋଗ ନେଇ ସ୍ଥାନୀୟ ପୋଲିସ ନିକଟରେ ଏଫ୍‌ଆଇଆର୍‌ ଦାୟର କରିଥିଲେ ଏବଂ ସେହି ଝିଅକୁ ଏକ ଆଶ୍ରୟସ୍ଥଳୀରେ ରହିବାର ବ୍ୟବସ୍ଥା କରିଥିଲେ। ଏହି ଘଟଣା ପରେ ଶୁଭଶ୍ରୀଙ୍କ ମନୋବଳ ବଢିଯାଇଥିଲା ଓ ସେ ତାଙ୍କ ଆଖପାଖ ଅଞ୍ଚଳରେ ଘଟୁଥିବା ମାନବ ଚାଲାଣକୁ ରୋକିବା ଲାଗି ବାହାରିପଡିଥିଲେ। ଏବେ ସେ ଏହି ସମସ୍ୟା ଉପରେ ଗାଁ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ କର୍ମଶାଳାମାନ ଆୟୋଜନ କରୁଛନ୍ତି। ଶୁଭଶ୍ରୀ ଇଲିଂଶରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ମାନବ ଚାଲାଣ ବିରୋଧରେ ସଂଗ୍ରାମ ଚାଲୁ ରଖିବା ପାଇଁ ଏ ସମ୍ପର୍କରେ ଟିଆଇଏସ୍‌ଏସ୍‌ ମୁମ୍ବାଇ ଓ ଏନଆଇପିସିସିଡି,ଆସାମରୁ ଶିକ୍ଷା ଲାଭ କରିଛନ୍ତି। ଚାକିରି ନ କରି ସେ ଭାରତର ବିଭିନ୍ନ ଅଞ୍ଚଳରେ ଚାଲୁଥିବା ମାନବ ଚାଲାଣ ରୋକିବା ଲାଗି କାର୍ଯ୍ୟ କରିବେ ବୋଲି କହିଛନ୍ତି ଶୁଭଶ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?