ଏଇ ଭାରତରେ

କରୋନାର ମୁକାବିଲା କରିବାରେ ଉତ୍ତରାଖଣ୍ଡର ଯୁବକ ଗଣେଶ ଭଟ୍ଟଙ୍କ ଯୋଗଦାନ ପ୍ରଶଂସନୀୟ। ତେହରି ଜିଲା ଦେବପ୍ରୟାଗରେ ରହୁଥିବା ଗଶେଶ ଲକ୍‌ଡାଉନ ସମୟରେ କାର୍‌କୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରୁଛନ୍ତି। ସେ ଦୁର୍ଗମ ପାହାଡିଆ ଅଞ୍ଚଳରୁ ରୋଗୀମାନଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ଲକ୍‌ଡାଉନ ସମୟରେ ୧୦୮ ଆମ୍ବୁଲାନ୍ସକୁ କଲ୍‌ କଲେ ତାହା ସବୁବେଳେ ବ୍ୟସ୍ତ ରହିବା ଯୋଗୁ ଲୋକମାନେ ମୁଖ୍ୟତଃ ଗର୍ଭବତୀ ମହିଳା, ହୃଦରୋଗ ତଥା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ବରିଷ୍ଠ ନାଗରିକମାନେ ବେଶି ଅସୁବିଧାରେ ପଡିବା ଲକ୍ଷ୍ୟ କରିଥିଲେ ଗଣେଶ। ପରେ ସେ ତାଙ୍କ କାର୍‌ରେ ରୋଗୀମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ଲାଗିଛନ୍ତି। ଏଥିଲାଗି ତାଙ୍କୁ ପୋଲିସ ଓ ପ୍ରଶାସନ ମଧ୍ୟ ସହଯୋଗ କରୁଛି। ଦୈନିକ ସେ ହାରାହାରି ୪ ଜଣଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେଉଛନ୍ତି। ଆମ୍ବୁଲାନ୍ସ ପାଲଟିଥିବା ଗଶେଶଙ୍କ ନୀଳ ରଙ୍ଗର ଟାଟା ନାନୋର ଆଗ ଓ ପଛରେ ତାଙ୍କ ଯୋଗାଯୋଗ ନମ୍ବର ବି ଲେଖି ଦେଇଛନ୍ତି। ଦିନରାତି ସେ ଜିଲାର ସବୁଆଡେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। ୨୧ ମାର୍ଚ୍ଚ ୨୦୨୦ରେ ସେ ତାଙ୍କ ଫେସ୍‌ବୁକରେ ଯୋଗାଯୋଗ ନମ୍ବର ପୋଷ୍ଟ କରିବା ସହ ଜରୁରୀ ସେବା ଲାଗି ତାଙ୍କୁ କଲ୍‌ କରିବା ପାଇଁ ନିବେଦନ କରିଥିଲେ। ପରେ ସେ ପ୍ରଥମେ ଜଣେ ଗର୍ଭବତୀ ମହିଳାଙ୍କଠାରୁ କଲ୍‌ ପାଇବା ପରେ ତାଙ୍କ ହସ୍ପିଟାଲରେ ପହଞ୍ଚାଇଥିଲେ । ପରେ ହାତ ଭାଙ୍ଗିଯାଇଥିବା ଜଣେ ଶିଶୁ ଥିଲା ତାଙ୍କୁ ଦ୍ୱିତୀୟ ରୋଗୀ। ସେ ଲୋକମାନଙ୍କୁ ଓ୍ୟଷଧ ଓ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇଦେଉଛନ୍ତି। ଦିନକୁ ଦିନ କଲ୍‌ ସଂଖ୍ୟା ବୃଦ୍ଧି ପାଇବାରୁ ଗଣେଶଙ୍କୁ ଏହି କାର୍ଯ୍ୟରେ ଏକ ସ୍ବେଚ୍ଛାସେବୀ ଦଳ ସାହାଯ୍ୟ କରୁଛି।