ଏଇ ଭାରତରେ

କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଏକ ଉଦାହରଣ ସୃଷ୍ଟି କରିଛି। କାଞ୍ଜିରାପାଲ୍ଲୀ ସହରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ନାଜିବ । ସେ ଏକ ହ୍ୟାଣ୍ଡ ଓ୍ବାଶିଂ ମେଶିନ ତିଆରି କରିଛନ୍ତି। ଏଥିରେ ଏକ ପାଣି ଟାଙ୍କି ଖଞ୍ଜା ଯାଇଛି । ପୂରା ମେଶିନକୁ ସେ ଏକ ଅଟୋରେ ରଖି ସେଥିରେ ଟ୍ୟାପ୍‌ ଲଗାଇଛନ୍ତି। ଏହାକୁ ସେ କାଞ୍ଜିରାପଲ୍ଲୀ ସହରର ସବୁଆଡେ ବୁଲାଇ ରାସ୍ତାଘାଟକୁ ଜୀବାଣୁ ମୁକ୍ତ କରିବା ସହ ଲୋକମାନଙ୍କୁ ଲିକ୍ୱିଡ ହ୍ୟାଣ୍ଡ ୍‌ଓ୍ବାଶ ଓ ସାବୁନ ବି ବାଣ୍ଟୁଛନ୍ତି। ଲୋକମାନଙ୍କୁ ମଧ୍ୟ କେରାନାର ଭୟାଭୟତା ତଥା ହାତ ସଫା କରିବାର ଗୁରୁତ୍ୱ ଉପରେ ସଚେତନ କରୁଛନ୍ତି। କେବଳ ଏତିକି ନୁହେଁ ଏହି ସହର ଦେଇ ଯାଉଥିବା ସବୁ ଯାନକୁ ସ୍ପ୍ରେକରି ସଫା କରୁଛନ୍ତି। ଏ ସମସ୍ତ କାର୍ଯ୍ୟ ନାଜିବ ମାଗଣାରେ କରୁଛନ୍ତି। ସେ ବ୍ଲଚିଂ ପାଉଡର, ଆଣ୍ଟି ସେଫି୍ଟକ ଲୋଶନ ଏବଂ ଲେମନ ଗ୍ରାସ୍‌ ଅଏଲକୁ ମିଶାଇ ଏକ ଜୀବାଣୁ ନାଶକାରୀ ଦ୍ରବଣ ପ୍ରସ୍ତୁତ କରି ତାହାକୁ ବ୍ୟବହାର କରୁଛନ୍ତି। ଏହାକୁ ସ୍ବାସ୍ଥ୍ୟ ଅଧିକାରୀମାନେ ଅନୁଧ୍ୟାନ କରିବା ପରେ ଏହାକୁ ବସ୍‌ଷ୍ଟାଣ୍ଡ, ରାସ୍ତା ତଥା ଅନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସେ ସ୍ପ୍ରେ କରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ଏବେ ଅନେକ ସ୍ବେଚ୍ଛାସେବୀ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିଛିଦିନ ତଳେ ଅନେକ ଲୋକ ନାଜିବଙ୍କୁ ଏହି କାର୍ଯ୍ୟ ଲାଗି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ନଜିବ ପ୍ରଥମେ ଜଣେ ଟ୍ରକ୍‌ ଡାଇଭର୍‌ ଥିଲେ । ପରେ ସେ ତାହା ଛାଡି ମାଛ ବ୍ୟବସାୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri