ଏଇ ଭାରତରେ

ସାଧାରଣତଃ ଯୁବକମାନେ ଚାଷ ଛାଡି ଚାକିରି କରିବାକୁ ଭଲ ପାଆନ୍ତି। କିନ୍ତୁ ଜଣେ ଆଇଟି ଇଞ୍ଜିନିୟର ଚାକିରି ଛାଡି ଚାଷ କରି ଲୋକମାନଙ୍କୁ ଜୈବିକ ପରିବା ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁରେଶ ଦେବାଙ୍ଗ। କେବଳ ଜୈବିକ ଚାଷ କରୁନାହାନ୍ତି କେଶବ, ବରଂ ସ୍ଥାନୀୟ ଅଞ୍ଚଳରେ କେମିକାଲ ଓ କୀଟନାଶକ ମୁକ୍ତ ଚାଷ ଲାଗି ଏକ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କୁ ଏବେ ବୟସ ୪୮। କାଲିଫର୍ନିଆରେ ଆଇଟି ପ୍ରଫେଶନାଲ ଭାବେ ସେ କାର୍ଯ୍ୟ କରୁଥିଲେ। ଅଧିକ ବେତନ ମଧ୍ୟ ପାଉଥିଲେ। କିନ୍ତୁ ଏହି ଚାକିରି ଛାଡି ୨୦୧୬ରେ ସେ କର୍ନାଟକ ମହୀଶୂରରର ଏଚ୍‌ଡି କୋଟେ ବ୍ଲକ୍‌ର ପୋରା ଗାଁକୁ ଫେରି ଆସିଥିଲେ। ସେଠାରେ ୬ ଏକର ଜମି କିଣି ସେଥିରେ ଅର୍ଗାନିକ କୃଷି ଆରମ୍ଭ କରିଥିଲେ। ଏହି ସମୟରେ ମରୁଡିପ୍ରବଣ ପୋରାରେ କୃଷକମାନେ ବି ପୂରା ଚିନ୍ତାରେ ରହିଥିଲେ। ସେମାନେ ବାହାରକୁ ଚାକିରି ଅନ୍ବେଷଣରେ ଚାଲିଯାଉଥିଲେ। କିନ୍ତୁ ଦେବାଙ୍ଗ ସେଠାରେ ଚାଷ ଆରମ୍ଭ କରିବା ପରେ ଲୋକମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିଭଳି କମ୍‌ ପାଣିରେ ଭଲ ଚାଷ କରାଯାଇପାରିବ ସେ ସମ୍ପର୍କରେ ସୁରେଶ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ମୁଖ୍ୟତଃ ବର୍ଷାଜଳ ସଂଗ୍ରହ କରାଯାଇ ତାହାକୁ ଉପଯୋଗ କରି ଚାଷ କରାଯିବା ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ୧.୨୫ ଲକ୍ଷ ଲିଟର ବର୍ଷା ଜଳ ସଂରକ୍ଷଣ ହେବାଭଳି ପୋଖରୀଟିଏ ଖୋଳି ଜଳସେଚନର ସୁବିଧା କରିଛନ୍ତି। ସେ ଆପଣାଉଥିବା ଜଳସେଚନରେ ପାରମ୍ପରିକ ପଦ୍ଧତିଠାରୁ ପାଖାପାଖି ୫୦ପ୍ରତିଶତ ଜଳ ବଞ୍ଚାଯାଇପାରୁଛି। ପ୍ରତିବର୍ଷ ସେ ୧୦-୧୫ କୁଇଣ୍ଟାଲ ଜୈବିକ ପରିବା,୪୦ ଟନ୍‌ କଦଳୀ ଉପତ୍ାଦନ କରି ପ୍ରାୟ ବର୍ଷକୁ ୬ ଲକ୍ଷ ଟଙ୍କା ଲାଭ କରୁଛନ୍ତି। ଅର୍ଗାନିକ ପରିବାଗୁଡିକୁ ସ୍ଥାନୀୟ ଅଞ୍ଚଳରେ ପରିବା ଦୋକାନୀ,ଅର୍ଗାନିକ ଫୁଡ ଷ୍ଟୋର ଓ କମ୍ପାନୀଗୁଡିକ ସହ ଚୁକ୍ତି ବି କରିଛନ୍ତି ଦେବାଙ୍ଗ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri