ଏଇ ଭାରତରେ

ସାଧାରଣତଃ ଯୁବକମାନେ ଚାଷ ଛାଡି ଚାକିରି କରିବାକୁ ଭଲ ପାଆନ୍ତି। କିନ୍ତୁ ଜଣେ ଆଇଟି ଇଞ୍ଜିନିୟର ଚାକିରି ଛାଡି ଚାଷ କରି ଲୋକମାନଙ୍କୁ ଜୈବିକ ପରିବା ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁରେଶ ଦେବାଙ୍ଗ। କେବଳ ଜୈବିକ ଚାଷ କରୁନାହାନ୍ତି କେଶବ, ବରଂ ସ୍ଥାନୀୟ ଅଞ୍ଚଳରେ କେମିକାଲ ଓ କୀଟନାଶକ ମୁକ୍ତ ଚାଷ ଲାଗି ଏକ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କୁ ଏବେ ବୟସ ୪୮। କାଲିଫର୍ନିଆରେ ଆଇଟି ପ୍ରଫେଶନାଲ ଭାବେ ସେ କାର୍ଯ୍ୟ କରୁଥିଲେ। ଅଧିକ ବେତନ ମଧ୍ୟ ପାଉଥିଲେ। କିନ୍ତୁ ଏହି ଚାକିରି ଛାଡି ୨୦୧୬ରେ ସେ କର୍ନାଟକ ମହୀଶୂରରର ଏଚ୍‌ଡି କୋଟେ ବ୍ଲକ୍‌ର ପୋରା ଗାଁକୁ ଫେରି ଆସିଥିଲେ। ସେଠାରେ ୬ ଏକର ଜମି କିଣି ସେଥିରେ ଅର୍ଗାନିକ କୃଷି ଆରମ୍ଭ କରିଥିଲେ। ଏହି ସମୟରେ ମରୁଡିପ୍ରବଣ ପୋରାରେ କୃଷକମାନେ ବି ପୂରା ଚିନ୍ତାରେ ରହିଥିଲେ। ସେମାନେ ବାହାରକୁ ଚାକିରି ଅନ୍ବେଷଣରେ ଚାଲିଯାଉଥିଲେ। କିନ୍ତୁ ଦେବାଙ୍ଗ ସେଠାରେ ଚାଷ ଆରମ୍ଭ କରିବା ପରେ ଲୋକମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିଭଳି କମ୍‌ ପାଣିରେ ଭଲ ଚାଷ କରାଯାଇପାରିବ ସେ ସମ୍ପର୍କରେ ସୁରେଶ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ମୁଖ୍ୟତଃ ବର୍ଷାଜଳ ସଂଗ୍ରହ କରାଯାଇ ତାହାକୁ ଉପଯୋଗ କରି ଚାଷ କରାଯିବା ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ୧.୨୫ ଲକ୍ଷ ଲିଟର ବର୍ଷା ଜଳ ସଂରକ୍ଷଣ ହେବାଭଳି ପୋଖରୀଟିଏ ଖୋଳି ଜଳସେଚନର ସୁବିଧା କରିଛନ୍ତି। ସେ ଆପଣାଉଥିବା ଜଳସେଚନରେ ପାରମ୍ପରିକ ପଦ୍ଧତିଠାରୁ ପାଖାପାଖି ୫୦ପ୍ରତିଶତ ଜଳ ବଞ୍ଚାଯାଇପାରୁଛି। ପ୍ରତିବର୍ଷ ସେ ୧୦-୧୫ କୁଇଣ୍ଟାଲ ଜୈବିକ ପରିବା,୪୦ ଟନ୍‌ କଦଳୀ ଉପତ୍ାଦନ କରି ପ୍ରାୟ ବର୍ଷକୁ ୬ ଲକ୍ଷ ଟଙ୍କା ଲାଭ କରୁଛନ୍ତି। ଅର୍ଗାନିକ ପରିବାଗୁଡିକୁ ସ୍ଥାନୀୟ ଅଞ୍ଚଳରେ ପରିବା ଦୋକାନୀ,ଅର୍ଗାନିକ ଫୁଡ ଷ୍ଟୋର ଓ କମ୍ପାନୀଗୁଡିକ ସହ ଚୁକ୍ତି ବି କରିଛନ୍ତି ଦେବାଙ୍ଗ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri