ଏଇ ଭାରତରେ

ଝାଡ଼ଖଣ୍ଡର ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍କୁଲଗୁଡ଼ିକର ପରିବେଶ ତଥା ଶିକ୍ଷାରେ ଉନ୍ନତି ଆଣି ଆଇଏଏସ୍‌ ଅଧିକାରୀ ଆଦିତ୍ୟ ରଞ୍ଜନ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ପଶ୍ଚିମ ସିଂହଭୂମ ଜିଲା ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇବା ପରେ ସେ ଜିଲାରେ ଅଙ୍ଗନଓ୍ବାଡ଼ିର ଅବସ୍ଥା ଭଲ ନ ଥିବା ଲକ୍ଷ୍ୟ କରିଥିଲେ। ୨୦୧୮ରେ ସେ ନିଜ ଦରମାରୁ କିଛି ଖର୍ଚ୍ଚ କରି ଚାଇଁବାସା ଅଞ୍ଚଳରେ ଗୋଟିଏ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆଦର୍ଶ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ପରେ ପଶ୍ଚିମ ସିଂହଭୂମ ଜିଲାରେ ଏଭଳି ୬୫୦ କେନ୍ଦ୍ରର ଅବସ୍ଥା ସୁଧାରି ଦେଇଛନ୍ତି। ୨୦୧୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀଙ୍କର ପ୍ରଥମେ ଦେଓଘରରେ ନିଯୁକ୍ତି ହୋଇଥିଲା। ସେଠାରେ ସେ ସ୍ଥାନୀୟ ଶିଶୁମାନଙ୍କୁ ପଢାଇବା ଆରମ୍ଭ କରିଥିଲେ। କିନ୍ତୁ ପଶ୍ଚିମ ସିଂହଭୂମକୁ ତାଙ୍କ ବଦଳି ହେବା ପରେ ସେ ଜିଲାର ସବୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଏମିତି ଗଢିଛନ୍ତି ଯେ, ସେଠାରେ ସେବିକା ଓ ସହାୟିକାମାନେ କେନ୍ଦ୍ର ମଧ୍ୟରେ ପିଲାମାନଙ୍କୁ ଗାଧୋଇ ଦେଉଛନ୍ତି, ସେମାନଙ୍କୁ ଖୁଆଇ ଦେଉଛନ୍ତି। ସବୁ କେନ୍ଦ୍ରକୁ ଦୁଇ ହଳ ୟୁନିଫର୍ମ, ନେଲ୍‌ କଟର, ସାନିଟେଶନ କିଟ୍‌, ପାନିଆ, ଟିସ୍ୟୁପେପର ଆଦି ଯୋଗାଇ ଦିଆଯାଉଛି ବୋଲି କହନ୍ତି ରଞ୍ଜନ। ୨୦୨୦ ଶେଷ ସୁଦ୍ଧା ସେ ଜିଲାରେ ଆଦର୍ଶ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସଂଖ୍ୟା ୧ ହଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ମାସକୁ ଦୁଇଥର ସେ ସବୁ କେନ୍ଦ୍ରରେ ସମୀକ୍ଷା ପାଇଁ ବି ପହଞ୍ଚିଯାଉଛନ୍ତି। ଗ୍ରାମାଞ୍ଚଳରେ ହାଇସ୍କୁଲ ପିଲା ଓ ୧୦ମ ପାସ୍‌ ପରେ ଯେଉଁମାନେ ବିଜ୍ଞାନ ପଢୁଛନ୍ତି ସେମାନଙ୍କ ପାଇଁ ଭ୍ରାମ୍ୟମାଣ ବିଜ୍ଞାନାଗାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି ବିଜ୍ଞାନାଗରର ନାମ ଦେଇଛନ୍ତି ‘ଓ୍ବଣ୍ଡର ଅଫ୍‌ ହ୍ବିଲ’। ଏହାଦ୍ୱାରା ପ୍ରତିଦିନ ୧୨୯ଟି ହାଇସ୍କୁଲର ଛାତ୍ରୀଛାତ୍ର ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri