ଏଇ ଭାରତରେ

ସମାଜରେ ଆଧୁନିକତାର ପ୍ରଭାବ ଯେତେ ବଢିଲେ ବି ଉତ୍ତରପ୍ରଦେଶର ଏକ ଗାଁରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଫତେପୁର ଜିଲା ସାରୋଲି ଗାଁରେ ଜଣେ କୃଷକ ତାଙ୍କ ମଇଁଷି ଛୁଆ ପାଇଁ ମୁଣ୍ଡନ ଉତ୍ସବ ପାଳନ କରିବା ଏହାର ଏକ ସଦ୍ୟତମ ଉଦାହରଣ। ମଇଁଷିର ମଣିଷ ଛୁଆ ପରି ଚୁଟି ନ ଥାଏ ଯେ ତାକୁ ମୁଣ୍ଡନ କରାଯିବ। କିନ୍ତୁ ଅନ୍ଧବିଶ୍ୱାସପୀଡ଼ିତ ଜୟଚନ୍ଦ୍ର ସିଂ ନାମକ ଏହି କୃଷକଙ୍କ ଏଭଳି ଅଜବ ଉତ୍ସବ ପାଳନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜୟଚନ୍ଦ୍ର ଏକ ମଇଁଷି ପାଳିଥିଲେ। ସେ ଯେତେ ଛୁଆ ଦେଉଥିଲା ସେମାନେ ମରିଯାଉଥିଲେ। ତେବେ ମଇଁଷି ଛୁଆକୁୁ ବଞ୍ଚାଇବା ଲାଗି ଗାଁର କେତେଜଣ ମୁଖିଆ ତାଙ୍କୁ ମୁଣ୍ଡନ ଉତ୍ସବ ପାଳନ କରିବା ଲାଗି ପରାମର୍ଶ ଦେଇଥିଲେ ଓ ସେ ଏବେ ସଦ୍ୟ ଜନ୍ମ ନେଇଥିବା ଛୁଆଟିକୁ ବଞ୍ଚାଇବା ପାଇଁ ଏହା ପାଳନ କରିଛନ୍ତି। ଏହି ଅବସରରେ ଜୟଚନ୍ଦ୍ର ଗାଁ ଲୋକଙ୍କୁ ଏକ ଭୋଜି ମଧ୍ୟ ଦେଇଛନ୍ତି। ମଇଁଷି ଛୁଆକୁ ପ୍ରଥମେ ଏକ ଲାଲ୍‌ କପଡାରେ ଘୋଡାଇ ଦିଆଯାଇଥିଲା। ପରେ ନାପିତ ତା’କୁ ଲଣ୍ଡା କରିଥିଲେ। ଏହି ସମୟରେ ଗାଁର ମହିଳାମାନେ ମଇଁଷି ଛୁଆ ଚାରିପାଖରେ ଠିଆ ହୋଇ ଲୋକଗୀତ ଗାନ କରିଥିଲେ। ସାରୋଲି ଏବଂ ତା’ ଆଖପାଖ ଗାଁରୁ ପ୍ରାୟ ୩୦୦ ଲୋକ ଏହି ଉତ୍ସବରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri