ଏଇ ଭାରତରେ

ଆହତ ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାରେ ସମୟ କାଟୁଥିବା ମୁମ୍ବାଇର ଜଣେ ମହିଳା ହେଉଛନ୍ତି ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ସେ ଆହତ କିମ୍ବା ରାସ୍ତାରେ ବୁଲୁଥିବା, ପରିତ୍ୟକ୍ତ ତଥା ରୋଗଗ୍ରସ୍ତ ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ବିରାର ଅଞ୍ଚଳରେ ଥିବା ୬ ଏକର ବିଶିଷ୍ଟ ଫାର୍ମରେ ୩୦୦ରୁ ଊର୍ଦ୍ଧ୍ୱ କୁକୁର, ଛେଳି,ଠେକୁଆ,ଘୋଡା, ଗାଈ, ବଳଦ, କୁକୁଡା, ବତକ,ବିଲେଇଙ୍କୁ ରଖିଛନ୍ତି। ଫାର୍ମରେ ସବୁ ବର୍ଗର ଜୀବଙ୍କୁ ଅଲଗା ରଖିବାର ବ୍ୟବସ୍ଥା କରିଛନ୍ତି। ଦିନରାତି ଏମାନଙ୍କ ଯନତ୍ ନେବା ପାଇଁ ୧୫ ଜଣ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଜୀବଙ୍କ ଖାଦ୍ୟ, ଚିକିତ୍ସା ତଥା ପୂରା ବ୍ୟବସ୍ଥାର ପରିଚାଳନା ଓ କର୍ମଚାରୀମାନଙ୍କ ଦରମା ବାବଦୀୟ ସବୁ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସେ ପାଞ୍ଚବର୍ଷ ପୂର୍ବେ ପାରିବାରିକ ବ୍ୟବସାୟ ଛାଡି ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକ ବର୍ଗର ପ୍ରାଣୀଙ୍କ ଚିକିତ୍ସା ପାଇଁ ସପ୍ତାହକୁ ପ୍ରାୟ ୨୦ହଜାର ଟଙ୍କା ବ୍ୟୟ କରୁଛନ୍ତି। ମାସକୁ ଏହି ଫାର୍ମରେ ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏମିତିକି ପୋଲିସରୁ ଅବସର ନେଇଥିବା ୩୦ରୁ ଊର୍ଦ୍ଧ୍ୱ କୁକୁର ତାଙ୍କ ପାଖରେ ରହୁଛନ୍ତି ବୋଲି କୁହନ୍ତି ଫିଜା।