ଏଇ ଭାରତରେ

ପଞ୍ଜାବରେ କେତେକ ସରକାରୀ ସ୍କୁଲରେ ପିଲାମାନେ ପଢିବା ସହ ସ୍କୁଲ ବଗିଚାରେ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମନ୍‌ସା ଜିଲାର ୭୦ଟି ସରକାରୀ ବିଦ୍ୟାଳୟରେ। ଏହିସବୁ ବିଦ୍ୟାଳୟର ପାଖାପାଖି ୫୦୦ ପିଲା ବିନା କୀଟନାଶକରେ ଚାଷ କରୁଛନ୍ତି। ସେମାନେ ବାଇଗଣ, ଛତୁ, ଲଙ୍କା, କଲରା, କଖାରୁ ଏବଂ ବିଭିନ୍ନ ପ୍ରକାର ଶାଗ ଉପତ୍ାଦନ କରି ତାହାକୁ ମଧ୍ୟାହ୍ନଭୋଜନରେ ଉପଯୋଗ କରୁଛନ୍ତି। ଅନେକ ସମୟରେ ଆବଶ୍ୟକତାଠାରୁ ଅଧିକ ପରିବା ଉପତ୍ାଦିତ ହେଲେ ସେମାନେ ଗ୍ରାମବାସୀଙ୍କୁ ମାଗଣାରେ ବାଣ୍ଟି ଦେଉଛନ୍ତି। ମୁଖ୍ୟତଃ କୃଷିଭିତ୍ତିକ ବ୍ୟାବହାରିକ ଜ୍ଞାନ ହାସଲ କରିବା ପାଇଁ ୫ମରୁ ୧୦ମ ଶ୍ରେଣୀ ଯାଏ ପଢୁଥିବା ପିଲାମାନଙ୍କୁ କୃଷି ସମ୍ପର୍କରେ ଏଭଳି ଶିକ୍ଷା ଦିଆଯାଉଛି। ଜିଲା ଉଦ୍ୟାନ କୃଷି ବିଭାଗର ‘ଏଡିବଲ ଗାର୍ଡେନ’ ନାମକ ଯୋଜନାର ଏକ ଅଂଶଭାବେ ଏହି ପାଠ୍ୟକ୍ରମ ସ୍କୁଲରେ ଆରମ୍ଭ କରାଯାଇଛି। ପ୍ରତି ସପ୍ତାହରେ ପିଲାମାନଙ୍କୁ ବଗିଚାରେ ୧ ଘଣ୍ଟା କାମ କରିବା ଲାଗି ସମୟ ରଖାଯାଇଛି। ପ୍ରଥମେ ଚାଷ ସମ୍ପର୍କରେ ପଢାଯିବା ପରେ ବଗିଚାରେ ବ୍ୟାବହାରିକ ଶିକ୍ଷା ପ୍ରଦାନ କରାଯାଉଛି। ପିଲାମାନେ ଚାଷରେ ଜୈବ ଖତ ବ୍ୟବହାର କରୁଛନ୍ତି। ସବୁଜ ବର୍ଜ୍ୟବସ୍ତୁରୁ ସେମାନେ ଖତ ପ୍ରସ୍ତୁତ କରୁଛନ୍ତି। କେତେକ ସ୍କୁଲରେ ପିଲାମାନେ ଗହମ ଓ ନଡାର ଧୂସରୁ ଖତ ପ୍ରସ୍ତୁତ କରିବା ସହ ସେଥିରେ ଛତୁଚାଷ ବି କରୁଛନ୍ତି। ୧ କିଲୋ ଗହମ ଧୂସ ବ୍ୟବହାର କରି ସେମାନେ ୬୦୦ ଗ୍ରାମ୍‌ ଛତୁ ଉପତ୍ାଦନ କରୁଛନ୍ତି ବୋଲି କୁହନ୍ତି ଶିକ୍ଷକ ଡ. ଯଶବୀର ସିଂ। କୃଷି ଶିକ୍ଷା ବ୍ୟତୀତ ପିଲାମାନଙ୍କୁ ନଡାରୁ କିଭଳି ଫର୍ନିଚର ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନ କରାଯାଉଛି। ଅନେକ ପିଲା ସ୍କୁଲରୁ ଚାଷ ସମ୍ପର୍କରେ ଶିକ୍ଷା ପାଇବା ପରେ ଘର ବଗିଚାରେ ବି ଚାଷ ଆରମ୍ଭ କରିବା ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri