ଏଇ ଭାରତରେ

ଉତ୍ତର କର୍ନାଟକର ଗଡଗ ଜିଲାସ୍ଥିତ ଏକ ଲିଙ୍ଗାୟତ ମଠ ଧାର୍ମିକ ବନ୍ଧନରୁ ମୁକ୍ତ ହୋଇ ସାମାଜିକ ସୌହାର୍ଦ୍ଦ୍ୟକୁ ଶ୍ରେଷ୍ଠ ସ୍ଥାନ ଦେଇଛି। ଏହି ମଠ ତା’ ପରମ୍ପରାକୁ ଭାଙ୍ଗି ଜଣେ ମୁସଲମାନ ଯୁବକ ଦିଓ୍ବାନା ଶରିଫ୍‌ ରହମାନସାବ ମୁଲ୍ଲାଙ୍କୁ ମଠର ପୂଜାରୀ ଭାବେ ନିଯୁକ୍ତି ଦେଇଛି। ଗଡଗ ଜିଲା ଆସୁତି ଗାଁରେ ମୁରୁଗରାଜେନ୍ଦ୍ର କୋରାନେଶ୍ୱରା ଶାନ୍ତିଧାମ ମଠର ପୂଜାରୀ ଭାବେ ଶରିଫ ୨୬ ଫେବୃୟାରୀରେ ଶପଥ ନେବେ। ଶରିଫଙ୍କୁ ବୟସ ଏବେ ୩୩। ଖଜୁରି ଗାଁରେ ଥିବା ସବୁଠୁ ପୁରୁଣା ୩୫୦ ବର୍ଷର କୋରାନେଶ୍ୱର ମଠ ସହ ଆସୁନିରେ ଥିବା ଏହି ଲିଙ୍ଗାୟତ ମଠର ସମ୍ପର୍କ ରହିଛି। ଏହି ମଠକୁ ଦୁଇ ବର୍ଷ ପୂର୍ବରୁ ଶରିଫଙ୍କ ପିତା ୨ ଏକର ଜମି ଦାନ କରିଥିଲେ। ଦ୍ୱାଦଶ ଶତାବ୍ଦୀର ସମାଜ ସଂସ୍କାରକ ତଥା ଦାର୍ଶନିକ ବସବନ୍ନାଙ୍କ ନୀତିଶିକ୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି କୁହନ୍ତି ଶରିଫ। ବସବନ୍ନା ସାମାଜିକ ନ୍ୟାୟ ଓ ସଦ୍‌ଭାବନା ଉପରେ ଗୁରୁତ୍ୱ ଦେଉଥିତ୍ଲେ ଓ ସେହି ଆଦର୍ଶରେ କାମ କରିବେ ବୋଲି କହିଛନ୍ତି ଶରିଫ।