ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ. ମୋନିକା ଜୈନ। ରାଜସ୍ଥାନର ଉଦୟପୁର ସହରର ୨୭ ନମ୍ବର ଓ୍ବାର୍ଡର କାଉନ୍‌ସିଲର ମୋନିକା ଏବେ ସ୍ବଚ୍ଛତାର ରୋଲ୍‌ ମଡେଲ ପାଲଟିଯାଇଛନ୍ତି। ବୁଲେଟ୍‌ବାଲି କାଉନ୍‌ସିଲର ଭାବେ ଜଣାଶୁଣା ମୋନିକା ଘର ଘର ବୁଲି ହଜାର ହଜାର ଲୋକଙ୍କୁ ସଚେତନ କରିବା ସହ ପ୍ରତିଦିନ ସହରକୁ ସ୍ବଚ୍ଛ ରଖିବା ଲାଗି ଲୋକମାନଙ୍କୁ ଶପଥ କରାଉଛନ୍ତି। ଆଇନ୍‌ରେ ଡିଗ୍ରୀ ହାସଲ ପରେ ପିଏଚ୍‌ଡି କରିଥିବା ମୋନିକା ତାଙ୍କ ସହଯୋଗୀଙ୍କ ସହ କେବଳ ତାଙ୍କ ଓ୍ବାର୍ଡ ନୁହେଁ ଉଦୟପୁର ସହରର ସ୍ବଚ୍ଛତା ଲାଗି ସକ୍ରିୟ ଅଭିଯାନ ଚଳାଇଛନ୍ତି। ଲୋକମାନେ ବି ତାଙ୍କର ଏହି ଅଭିଯାନରେ ଯୋଡି ହେଉଛନ୍ତି। କେବଳ ଏତିକି ନୁହେଁ ସହରର ଛୋଟବଡ ଦୋକାନକୁ ତାଙ୍କ ଅଭିଯାନରେ ସାମିଲ କରୁଛନ୍ତି। ଏହି ଅଭିଯାନର ପ୍ରଭାବ ଏମିତି ପଡିଛି ଯେ, ୨୭ ନମ୍ବର ଓ୍ବାର୍ଡରେ ଠେଲା ଗାଡିଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନ ସମସ୍ତେ ଡଷ୍ଟ୍‌ବିନ ରଖିଛନ୍ତି। ଡ. ମୋନିକାଙ୍କ ସ୍ବଚ୍ଛତା ଅଭିଯାନରେ ଆଖପାଖର ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ସଫେଇ କାର୍ଯ୍ୟରେ ଲାଗିଯାଇଛନ୍ତି। ଉଦୟପୁର ପରେ ଇନ୍ଦୋରକୁ ସ୍ବଚ୍ଛ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମୋନିକା ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri