ଏଇ ଭାରତରେ

ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ ୧୦୬ଟି ଭାଷାରେ ପଢ଼ି ଲେଖି ପାରୁଛନ୍ତି। ଏହି ବିସ୍ମୟ ବାଳକ ହେଉଛନ୍ତି ଚେନ୍ନାଇର ନିଆଲ ଥୋଗୁଲୁଭା। ଏଥିସହ ସେ ୧୦ଟି ଭାଷାରେ କଥା ହୋଇପାରନ୍ତି। ନିଆଲଙ୍କ ଏହି ଅନନ୍ୟ ଗୁଣ ଏବେ ଅନେକ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଇଣ୍ଟରନେଟ୍‌ ଓ ୟୁଟ୍ୟୁବ୍‌ ସହାୟତାରେ ସେ ଏତେ ସବୁ ଭାଷା ଶିଖିଥିବା ପ୍ରକାଶ କରିଛନ୍ତି। ଇଣ୍ଟର୍‌ନ୍ୟାଶ୍‌ନାଲ ଫୋନେଟିକ୍‌ ଆଲ୍‌ଫାବେଟ୍‌ (ଆଇପିଏ) ଏ ଦିଗରେ ତାଙ୍କୁ ବେଶ୍‌ ସହାୟକ ହୋଇଛି। ଏହା ମାଧ୍ୟମରେ ସେ ପ୍ରାୟ ସମସ୍ତ କଥିତ ଭାଷାକୁ ଟ୍ରାନ୍ସକ୍ରାଇବ୍‌ କରିପାରନ୍ତି। ଏହା ମଧ୍ୟ କୌଣସି ଶବ୍ଦର ଉଚ୍ଚାରଣ ସ୍ପଷ୍ଟ ଭାବେ କହିଦେଇଥାଏ। ତେବେ ଏଥିପ୍ରତି ତାଙ୍କର ଆଗ୍ରହ କେବେ ପ୍ରକାଶ ପାଇଲା ତାହା ସେ ଜାଣି ନ ଥିବା କହିଛନ୍ତି। ଏବେ ସେ ଆହୁରି ୫ଟି ଭାଷା ଶିକ୍ଷା କରୁଛନ୍ତି। ଏତେ କମ୍‌ ବୟସରେ ନିଆଲଙ୍କ ବିଭିନ୍ନ ଭାଷା ଶିକ୍ଷା କରିବାର ଆଗ୍ରହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri