ଏଇ ଭାରତରେ

ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ଭୟର କୌଣସି ସ୍ଥାନ ନ ଥାଏ। ନିର୍ଭୟରେ ସବୁ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ସେବକମାନେ ଆଗେଇ ଚାଲନ୍ତି ଲକ୍ଷ୍ୟ ପଥରେ, ଯାହା କରୁଛନ୍ତି ଜମ୍ମୁ ସହରର ରବିନହୁଡ୍‌ ଆର୍ମି ସଦସ୍ୟମାନେ। ଏମାନେ ରାତିରେ ଘରୁ ବାହାରିଯାଆନ୍ତି ଭୋକିଲାଙ୍କ ପେଟ ଭରିବାକୁ । ଏମାନଙ୍କୁ ନ ଥାଏ ଆତଙ୍କବାଦୀ କି ଥଣ୍ଡାକୁ ଭୟ । ବସ୍ତି , ରେଲଓ୍ବେଷ୍ଟେଶନ ଓ ପ୍ଲାଏଓଭର୍‌ ତଳେ ରହୁଥିବା ଲୋକମାନଙ୍କୁ ଖାଇବାକୁ ଦେଉଛନ୍ତି ଏମାନେ।
କିଛି ବର୍ଷ ପୂର୍ବେ ଏହି ଆର୍ମି ଗଠନ କରିଥିଲେ ଗାନ୍ଧୀନଗର ନିବାସୀ ବିନସ ସେଠୀ। ଧୀରେ ଧୀରେ ଏଥିରେ ସ୍ଥାନୀୟ ଯୁବକମାନେ ସାମିଲ ହୋଇ ହୋଟେଲ, ରେସ୍ତୋରାଁ, ବେକରି ସହ ବିଭିନ୍ନ ସ୍ଥାନରେ ଏହାର ପୋଷ୍ଟର୍‌ ଲଗାଇ ବଳକା ଖାଦ୍ୟ ଦେବା ଲାଗି ଅନୁରୋଧ କରିଥିଲେ। ପ୍ରଥମେ ସେମାନଙ୍କୁ କେହି ବିଶ୍ୱାସକୁ ନେଇ ନ ଥିଲେ। କିନ୍ତୁ ଗୋଟିଏ ବେକରି ବଳକା ଖାଦ୍ୟ ଦେବାରୁ ସେମାନେ ଏହାକୁ ନେଇ ରାତିରେ ବାଣ୍ଟିବା ଆରମ୍ଭ କରିଥିଲେ। ଏହାପରେ ହୋଟେଲ ଓ ରେସ୍ତୋରଁାରୁ ଖାଦ୍ୟ ମିଳିବା ଆରମ୍ଭ ହୋଇଥିଲା। ସବୁ ଖାଦ୍ୟ ରାତି ୧୦ଟା ପରେ ମିଳେ। ଏହି ସମୟରେ ଜମ୍ମୁରେ ଖାଦ୍ୟ ବାଣ୍ଟିବା ସହଜ ନୁହେଁ। କିନ୍ତୁ ବିନସଙ୍କ ନେତୃତ୍ୱରେ ଏହାକୁ ସଫଳତାର ସହ କରାଯାଉଛି। ରାତି ୧୧ଟା ବେଳକୁ ସେମାନେ ଖାଦ୍ୟ ବାଣ୍ଟିବାକୁ ଯାଉଛନ୍ତି। ଭୋକିଲାମାନେ ଖାଇବା ପରେ ତାଙ୍କ ମୁହଁର ଚେନାଏ ହସରେ ସଦସ୍ୟମାନେ ସବୁ ଦୁଃଖ ଭୁଲିଯାଆନ୍ତି ବୋଲି କୁହନ୍ତି ବିନସ। ଜମ୍ମୁର କୌଣସି ଡଷ୍ଟବିନରେ ଯେମିତି ଖାଦ୍ୟ ନ ପଡେ ସେଥିତ୍ପାଇଁ ଏହି ଆର୍ମି ମଧ୍ୟ ଅଭିଯାନ ଆରମ୍ଭ କରିଛିି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri