ଏଇ ଭାରତରେ

ବିଭିନ୍ନ ସ୍ଥାନରେ ବାହାଘର ଜାକଜମକରେ କରାଯାଉଥିବା ବେଳେ ପଞ୍ଜାବର ବଠିଣ୍ଡାରେ ଅନୁଷ୍ଠିତ ଏକ ନିରାଡମ୍ବର ବାହାଘର ଏବେ ଚର୍ଚ୍ଚାରେ। ବୁକ୍‌ଷ୍ଟଲ୍‌ ଓ ମଞ୍ଚସ୍ଥ ନାଟକ ଥିଲା ଏହି ବାହାଘରର ମୁଖ୍ୟ ଆକର୍ଷଣ। ବଠିଣ୍ଡାର ମେହତା ଗାଁର ପରମିନ୍ଦର କୌରଙ୍କ ଝିଅ ଜଗଜିତ ସିଂଙ୍କ ସହ ବର୍ନାଲାର ପରମିନ୍ଦର ସିଂଙ୍କ ପୁତ୍ରଙ୍କ ବାହାଘର ହୋଇଥିଲା। ସ୍ନାତକ ବରକୁ ଓ ସ୍ନାତକୋତ୍ତର କନ୍ୟାଙ୍କ ବିବାହ ସ୍ଥଳରେ ନା ଥିଲା ସାଜସଜ୍ଜା ନା ବାଜୁଥିଲା ଡିଜେ। ବାହାଘରରେ ଯୌତୁକର ପ୍ରଶ୍ନ ଉଠି ନ ଥିଲା। ବିବାହ ସ୍ଥଳରେ ବଠିଣ୍ଡାର ତର୍କଶୀଳ ସୋସାଇଟି ପକ୍ଷରୁ ବୁକ୍‌ ଷ୍ଟଲ୍‌ ଖୋଲାଯାଇଥିଲା। ଏହିି ଷ୍ଟଲ୍‌ରୁ ବାହାଘର ପରେ ବର ଓ ବନ୍ୟା ୮ଟି ବହି କିଣିଥିଲେ। ବାହାଘରରେ ମଦର ସ୍ଥାନ ନ ଥିଲା, ବରଂ ମଦ ସମ୍ପର୍କରେ ଏକ ବ୍ୟଙ୍ଗ ନାଟକ ମଞ୍ଚସ୍ଥ କରାଯାଇଥିଲା। ଏହାବାଦ୍‌ ରାଜନୀତିର ନକାରାମତ୍କ ଧାରା ଉପରେ ମଧ୍ୟ ଆଉ ଏକ ନାଟକ ପରିବେଷଣ କରାଯାଇଥିଲା।