ଜଣେ ଆଇଏଏସ୍ ଅଧିକାରୀ ନିଆରା ସେବା ମାଧ୍ୟମରେ ସମାଜରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତିି। ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ରାଜସ୍ଥାନର ସହର ଭିତ୍ତିଭୂମି ବିକାଶ ପରିଯୋଜନା(ଆର୍ୟୁଆଇଡିପି)ର ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ସୋନି । ଏହା ପୂର୍ବରୁ ଜାଲୋର ଜିଲାପାଳ ଥିବା ସମୟରେ ସେ ‘ଚରଣପାଦୁକା ଅଭିଯାନ’ ଆରମ୍ଭ କରି ୧୫ ଦିନ ମଧ୍ୟରେ ଜିଲାରେ ଖାଲି ପାଦରେ ସ୍କୁଲ ଯାଉଥିବା ୩୦ ହଜାର ପିଲାଙ୍କୁ ଚପଲ ଯୋଗାଇ ଦେଇଥିଲେ। ତାଙ୍କର ଏହି ଅଭିଯାନକୁ ସାରା ରାଜ୍ୟରେ ଲାଗୁ କରାଯାଇ ଏବେ ସୁଦ୍ଧା ୧,୭୬,୦୦୦ ପିଲାଙ୍କୁ ଚପଲ ଯୋଗାଇଦିଆଗଲାଣି। ପାଲି ଜିଲାରେ ପ୍ରୋବେଶନାରୀ ଅଧିକାରୀ ଥିବାବେଳେ ସେ ‘ବିଦ୍ୟାପ୍ରବାହିନୀ’ଯୋଜନାରେ ସ୍କୁଲ ପିଲାମାନଙ୍କ ବସ୍ରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ସମ୍ବନ୍ଧୀୟ ଅଡିଓ ଓ ଭିଡିଓ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରିଥିଲେ। ଏହି ଯୋଜନାରେ ଜିଲା କର୍ତ୍ତୃପକ୍ଷ ଏବଂ ସ୍ବେଚ୍ଛାସେବୀମାନେ ନିୟମିତ ସନ୍ଧ୍ୟାରେ ବସ୍ତିକୁ ଯାଇ ପିଲାମାନଙ୍କୁ ପଢାଉଥିଲେ। ଝଲାଓ୍ବାଡ ଜିଲାପାଳ ଥିବା ସମୟରେ ‘ରକ୍ତକୋଷ’ ଅଭିଯାନ ମାଧ୍ୟମରେ ଓ’ନେଗେଟିଭ ରକ୍ତ ସଂଗ୍ରହ କରି ପୀଡିତମାନଙ୍କୁ ଯୋଗାଇ ଦେଇ ଅନେକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।
ଏଇ ଭାରତରେ
ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…
ଆର୍ଟେମିସ୍-୨ ମିଶନ ସ୍ପେଶାଲିଷ୍ଟ
ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…
ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’
ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…
ଏତେ ପ୍ରୀତି କାହିଁକି
ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…
ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍ମାର୍ଗ
ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…
ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା
ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…
ଅଧିକାରୀ ଅଭାବ
ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…
ଏଇ ଭାରତରେ
ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…
Archives

