ଏଇ ଭାରତରେ

ଜଣେ ରେଲଓ୍ବେ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ୍‌ ସର୍ଭିସ୍‌ ଅଧିକାରୀ ସଞ୍ଜୟ କୁମାର। ଟ୍ରେନ୍‌ରେ ଯାଉଥିବା ଗରିବ ଯାତ୍ରୀମାନଙ୍କୁ ପ୍ରବଳ ଶୀତରୁ ରକ୍ଷା କରିବା ଲାଗି ସେ ଶୀତ ପୋଷାକ ବାଣ୍ଟୁଛନ୍ତି। ଗତବର୍ଷ ପ୍ରଥମାର୍ଦ୍ଧରେ ସଞ୍ଜୟଙ୍କୁ ପ୍ରଥମେ ମଧ୍ୟପ୍ରଦେଶର ଝାନ୍ସି ଷ୍ଟେଶନରେ ନିଯୁକ୍ତି ମିଳିଥିଲା। ପରେ ସେ ଉତ୍ତରପ୍ରଦେଶର ଟୁଣ୍ଡଲା ସବ୍‌ଡିଭିଜନରେ ଆସିଷ୍ଟାଣ୍ଟ ଟ୍ରାଫିକ ମ୍ୟାନେଜରଭାବେ ଯୋଗଦେଇ ଏହି ଉଦାର କାର୍ଯ୍ୟ କରୁଛନ୍ତି। ଏହି ସବ୍‌ଡିଭିଜନ ଅଧୀନରେ ଗାଜିଆବାଦଠାରୁ କାନପୁର ମଧ୍ୟରେ ୫୯ଟି ଷ୍ଟେଶନ ରହିଛି। ଏଥି ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଷ୍ଟେଶନରେ ସଞ୍ଜୟ ଷ୍ଟଲ୍‌ ଖୋଲିଛନ୍ତି। ଷ୍ଟଲ୍‌ର ନାମ ରଖିଛନ୍ତି ‘ନେକି କି ଦିଓ୍ବାର’ (ଓ୍ବାଲ୍‌ ଅଫ୍‌ ଗଡ୍‌)। ସବୁ ଷ୍ଟଲ୍‌ରେ ଲୋକେ ସ୍ବେଟର, ଜ୍ୟାକେଟ, ଶାଲ୍‌ ଆଦି ଶୀତପୋଷାକ ଦାନ କରୁଛନ୍ତି। ଯେଉଁମାନେ ସାଧାରଣ ବଗିରେ ଯାତ୍ରା କରୁଛନ୍ତି ସେମାନେ ଏଠାରୁ ପୋଷାକ ନେଉଛନ୍ତି। ଏଠାରେ ଯିଏ ପୋଷାକ ଦାନ କରୁଛନ୍ତି କିମ୍ବା ନେଉଛନ୍ତି ସେମାନଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି। ସଞ୍ଜୟ ସ୍ବେଟର ଓ ଜ୍ୟାକେଟ୍‌ଠାରୁ ଶାଲ୍‌ ସଂଗ୍ରହ କରିବା ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ସଞ୍ଜୟଙ୍କ ସହକର୍ମୀଙ୍କ ସହ ଅନ୍ୟମାନେ ବି ତାଙ୍କୁ ଏଥିପାଇଁ ସହଯୋଗ କରୁଛନ୍ତି। ଏହି ରୁଟ୍‌ ଦେଇ ଉତ୍ତରପ୍ରଦେଶ ଓ ବିହାରରୁ ଶ୍ରମିକମାନେ ରାଜସ୍ଥାନ, ଗୁଜରାଟ କିମ୍ବା ମୁମ୍ବାଇକୁ ଯାଉଛନ୍ତି ଓ ସେମାନେ ଏହାଦ୍ୱାରା ବେଶି ଉପକୃତ ହେଉଛନ୍ତି ବୋଲି କୁହନ୍ତି ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri