ଏଇ ଭାରତରେ

ଜଳର ଅନ୍ୟ ନାମ ଜୀବନ। କାରଣ ଜଳ ବିନା ଜୀବନ ବଞ୍ଚତ୍ବା ଅସମ୍ଭବ। ଆମ ଦେଶର କେଉଁ ଅଞ୍ଚଳରେ ପ୍ରଚୁର ପରିମାଣରେ ଜଳ ମିଳୁଥିବା ବେଳେ କୌଣସି ଅଞ୍ଚଳରେ ଏହା ଅତି ଦୁର୍ଲଭ ପଦାର୍ଥ ରୂପେ ବିକ୍ରି ହୋଇଥାଏ। ଜଳ ବିନା ମଣିଷର ଅବସ୍ଥା ଦୟନୀୟ ହୋଇଯାଇଥାଏ। କାରଣ ପିଇବାଠୁ ଆରମ୍ଭ କରି ଲୁଗାପଟା ସଫା, ଗାଧୋଇବା, ବାସନ ଧୁଆ ଏବଂ ପାଇଖାନା ଯିବା ପର୍ଯ୍ୟନ୍ତ ଜଳର ଆବଶ୍ୟକତା ରହିଛି। ତେଣୁ ସଙ୍କଟ ସମୟରେ ଜଳର ସୁଷମ ବଣ୍ଟନ କରାଯିବା ସହିତ ନଷ୍ଟ ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ମାଠିଆଏରୁ ଅଧିକ ପାଣି ନେଲେ ଦେବାକୁ ପଡୁଛି ମାଠିଆ ପିଛି ୫୦ଟଙ୍କା। ଏପରି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ବସ୍ତର ଜିଲାରେ। ଏଠାକାର ଦରଭା ବ୍ଲକ୍‌ର ଲେଣ୍ଡ୍ରି ଗାଁରେ ଜଳସଙ୍କଟ ଲାଗି ରହିଛି। ଲୋକେ ପିଇବା ପାଣିର ସୁବଣ୍ଟନ ପାଇଁ ଏକ ନିୟମ ଜାରି କରିଛନ୍ତି। ପ୍ରତି ପରିବାରକୁ ମାଠିଆଏ ପାଣି ଦିଆଯିବ। ଏହାଠାରୁ ଅଧିକ ପାଣିନେଲେ ମାଠିଆ ପିଛା ୫୦ ଟଙ୍କା ଦେବାକୁ ପଡ଼ିବ। ଲୋକେ ପାଣି ପାଇଁ ଅତିରିକ୍ତ ଦେୟ ଦେଉଥିଲେ ବି ପକେଟକୁ ଅତ୍ୟନ୍ତ ବାଧୁଛି। ଅପରପକ୍ଷରେ ଅଯଥା ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ଏହା ଦଣ୍ଡାଦେଶ ସଦୃଶ ହୋଇଛି।