ଏଇ ଭାରତରେ

ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର ଲୋକମାନେ ବରର ପାଟି ଶୁଂଘିବା ପରମ୍ପରା ପ୍ରଚଳିତ ରହିଛି। କେବଳ ବର ନୁହନ୍ତି, କନ୍ୟା ପକ୍ଷର ପ୍ରାୟ ୨୫ ଜଣ ବର ପରିବାର ଲୋକମାନଙ୍କର ପାଟି ଓ ନିଃଶ୍ୱାସକୁ ଶୁଂଘିଥାନ୍ତି। ବର କିମ୍ବା ତାଙ୍କ ପରିବାରର ଲୋକମାନେ କାଳେ ମଦ୍ୟପାନ କରୁଥିବେ ତାହା ଜାଣିିବା ପାଇଁ ଏପରିି କରାଯାଏ। ଯଦି କେହି ମଦ ପିଇଥିବା ଜଣାପଡ଼େ ତେବେ ବାହାଘର ବନ୍ଦ ହୋଇଯାଏ। ଏହି ନିୟମ ନିର୍ବନ୍ଧ ସମୟରେ ପାଳନ କରାଯାଇଥାଏ। ବାହାହେବାକୁ ଆସିବାବେଳେ ମଧ୍ୟ ବର ଓ ବରଯାତ୍ରୀଙ୍କର ନିଶ୍ୱାସ ଶୁଂଘିବା ପରମ୍ପରା ରହିଛି। ଯଦି ଏମାନେ ମଦ ପିଇଥିବା ଜଣାପଡେ ତେବେ ବର ପକ୍ଷକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହୁଏ। ଗାଁରେ ଏହି ପରମ୍ପରା ୪ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି ଓ ଏହାକୁ ଆରମ୍ଭ କରାଯିବା ପଛରେ ଏକ କାରଣ ବି ରହିଛି। ଗାଁରେ ମଦ ପିଇ ୧୫ ଜଣ ଯୁବକଙ୍କ ମୃତ୍ୟୁ ହେବା ପରେ ଏହି ନିୟମ ଲାଗୁ କରାଯାଇଛି। ମୃତ୍ୟୁ ପରେ ଏମାନଙ୍କ ପରିବାରର ଦୁର୍ଦ୍ଦଶା ବଢିଯାଇଥିଲା। ଏଣୁ ଏହି ଘଟଣା ପରେ ବର ଓ ତାଙ୍କ ପରିବାର ଲୋକମାନେ ମଦ ପିଅନ୍ତି କି ନାହିଁ ତାହା ଜାଣିବା ଲାଗି ଏଭଳି ନିୟମ ଲାଗୁ କରାଯିବା ପାଇଁ ପଞ୍ଚାୟତ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri