ଏଇ ଭାରତରେ

ହିନ୍ଦୁଧର୍ମରେ ବୈଦିକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବାହାଘର କରାଯାଉଥିବାବେଳେ ରାଜସ୍ଥାନରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହୋଇଛନ୍ତି ବର-କନ୍ୟା। ଏମିତି ନିଆରା ବାହାଘର ଖର୍ଚ୍ଚ କମ୍‌ କରିବା ସହ ଲୋକଙ୍କ ପାଖରେ ଏକ ସାମାଜିକ ବାର୍ତ୍ତା ପହଞ୍ଚାଇଛି। ଉକ୍ତ ବାହାଘର ଅଲଓ୍ବାର ସହରଠାରୁ ୨୦ କିଲୋମିଟର ଦୂର କରୋଲି ଗାଁରେ ହୋଇଛି। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଅଜୟ ଯାଦବ ଓ ବବିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଠି ବର କନ୍ୟା ଘରକୁ ଯାଇ ନ ଥିଲେ, ବରଂ ଏକ ସୁସଜ୍ଜିତ ରଥରେ ବସି କନ୍ୟା ଶୋଭାଯାତ୍ରାରେ ଅଜୟଙ୍କ ଘରେ ପହଞ୍ଚତ୍ଥିଲେ। ଝିଅ-ପୁଅ ସମାନ ଓ ଲିଙ୍ଗ ସମାନତାର ସନ୍ଦେଶ ଦେବା ଲକ୍ଷ୍ୟରେ ବର ଘରକୁ ଯାଇଛନ୍ତି ବୋଲି ମତ ଦେଇଛନ୍ତିି ବବିତା। ସେ ଯେଉଁ ରଥରେ ବସି ବର ଘରକୁ ଯାଇଥିଲେ ତା’ର ଗୋଟିଏ ପାଖରେ ଆମ୍ବେଡକର ଓ ଅନ୍ୟପଟେ ଗୌତମ ବୁଦ୍ଧଙ୍କ ଫଟୋ ରଖାଯାଇଥିଲା। ବାହାଘରରେ କେହି ପଣ୍ଡିତ ନ ଥିଲେ କି କିଛି ମନ୍ତ୍ର ଉଚ୍ଚାରଣ କରାଯାଇ ନ ଥିଲା। ଅଜୟ ଓ ବବିତା ଖଣ୍ଡେ ଲେଖା ସମ୍ବିଧାନ କପିକୁ ଧରି ସଙ୍କଳ୍ପ ନେଇଥିଲେ। ବାହାଘରକୁ ଆମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ ନବବିବାହିତଙ୍କୁ କେବଳ ବହି ଉପହାର ଦେଇଥିଲେ। ପ୍ରାୟ ୩୦ ହଜାର ଟଙ୍କାର ଏହି ବହିଗୁଡିକୁ ସେମାନେ କରୋଲିରେ ଥିବା ଲାଇବ୍ରେରିକୁ ଦାନ କରିଦେଇଛନ୍ତି। ଏହି ଉତ୍ସବ ପୂରା ପ୍ଲାଷ୍ଟିକ୍‌ମୁକ୍ତ ରହିଥିଲା। ଆମନ୍ତ୍ରିତ ସମସ୍ତ ଅତିଥିଙ୍କୁ ସମ୍ବିଧାନର ଏକ କପି ମଧ୍ୟ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri