ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଛି ଛତିଶଗଡ଼ରେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବସ୍ତର ରାଜପରିବାର ଦଶହରା ପାଳନ କରିବା ପୂର୍ବରୁ ଏହି କଷ୍ଟଦାୟକ ବିଧି ପାଳନ କରିଛନ୍ତି। ରାଜପରିବାରର ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି କାଞ୍ଚନଗୁଡିର ମା’ରଣଦେବୀଙ୍କ ନିକଟରେ ପହଞ୍ଚତ୍ବା ପରେ ଗର୍ଭଗୃହରେ ବସି ମା’ଙ୍କ ଆରାଧନା କରିଛନ୍ତି। ପରେ ଦେବୀଙ୍କୁ ସେମାନେ ଦଶହରା ପାଳନ କରିବା ପାଇଁ ଅନୁମତି ଭିକ୍ଷା କରିଥିଲେ। ପରମ୍ପରା ଅନୁଯାୟୀ ମନ୍ଦିର ସାମ୍‌ନାରେ ବେଲକଣ୍ଟା ବିଛାଯାଇଥିବା ଏକ ଝୁଲା ନିର୍ମାଣ କରାଯାଇ ସେହି ଝୁଲା ଚାରିପାଖରେ ଦେବୀଙ୍କ ପ୍ରତିରୂପ ଭାବେ ଜଣେ ବାଳିକାଙ୍କୁ ପରିକ୍ରମା କରାଯାଇଥିଲା। ଏହାପରେ ବାଳିକା ଜଣଙ୍କୁ ବେଲକଣ୍ଟା ଝୁଲାରେ ଶୁଆଇ ଝୁଲାଯାଇଥିଲା। ଏହା ଶେଷ ହେବା ପରେ ମନ୍ଦିରରେ ରଣଦେବୀ ଓ ବସ୍ତର ମହାରାଜାଙ୍କ ମଧ୍ୟରେ ସାଙ୍କେତିକ ଯୁଦ୍ଧ ହୋଇଥିଲା। ଏହି ଅବସରରେ ମହିଳାମାନେ ଧନକୁଳ ବାଦ୍ୟ ସହ କାଞ୍ଚନ ଯାତ୍ରା ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଦଶହରା ପାଳନ କରିବା ପାଇଁ ରାଜପରିବାରକୁ ରଣଦେବୀ ଅନୁମତି ଦେବା ପରେ ତାହାକୁ ନେଇ ରାଜପରିବାର ଦଶହରା ପାଳନର ଆୟୋଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri