ଏଇ ଭାରତରେ

ରାଜସ୍ଥାନ ମଓ୍ବୋଡ୍‌-ମାରଓ୍ବାଡ୍‌ରେ ରହୁଥିବା ଗାଡୋଲିୟା ଲୋହାରଙ୍କ ସହ ଯୋଡି ହୋଇ ରହିଛି ଏକ ଅଜବ କାହାଣୀ। ପାଞ୍ଚଶହ ବର୍ଷ ପୂର୍ବେ ନେଇଥିବା ଶପଥକୁ ପାଳନ କରି ଏବେ ସୁଦ୍ଧା ଯାଯାବର ଜୀବନ ଜିଉଛନ୍ତି ଏହି ଜାତି। ଏମାନେ ମଓ୍ବୋର ରାଜା ରାଣାପ୍ରତାପଙ୍କ ସୈନିକ ଥିଲେ। ଯେପର୍ଯ୍ୟନ୍ତ ମଓ୍ବୋର ସ୍ବାଧୀନ ହୋଇନାହିଁି ସେ ପର୍ଯ୍ୟନ୍ତ ପକ୍କାଘରେ ନ ରହି ଯାଯାବର ଜୀବନ ବିତାଇବେ ବୋଲି ଶପଥ ନେଇଥିଲେ। ମୋଗଲ ଶାସନ ଭାରତରେ ପ୍ରତିଷ୍ଠା ହେଲା ପରେ ଏମାନଙ୍କୁ ଯୁଦ୍ଧ ଅପରାଧୀର ପରିଚୟ ମିଳିଥିଲା। ଏହାପରେ ବ୍ରିଟିଶ ଶାସନରେ ଏମାନଙ୍କୁ ସମାନ ବ୍ୟବହାର କରାଯାଇଥିଲା। ଭାରତ ସ୍ବାଧୀନ ହେଲା,କିନ୍ତୁ ଏମାନେ ପିଢି ପରେ ପିଢି ଶପଥକୁ ମନେରଖିଛନ୍ତି ଓ ଲୁହା ଜିନିଷ ବିକ୍ରି କରିବା ପାଇଁ ସବୁ ରାଜ୍ୟରେ ବୁଲୁଛନ୍ତି। ପ୍ରଥମେ ଏମାନେ କାଠ ତିଆରି ଗାଡ଼ିିରେ ରହୁଥିଲେ। ଏବେ ଲୁହାନିର୍ମିତ ଯାନ ବା ମୋଟରଯାନରେ ରହୁଛନ୍ତି ପରିବାର ସହ। ପିଲାମାନଙ୍କ ଶିକ୍ଷା ଓ ସବୁ ଯୋଜନାରୁ ଏମାନେ ବହୁ ଦୂରରେ। ସବୁଠାରୁ ବଡ଼କଥା ହେଉଛି ଏମାନଙ୍କ ମଧ୍ୟରୁ କିଛି ଶିକ୍ଷାଲାଭ କଲେଣି ସତ, କିନ୍ତୁ ଜଣେ ହେଲେ ବି ସରକାରୀ ଚାକିରି କରିପାରିନାହାନ୍ତି। ରାଜସ୍ଥାନ ସରକାର ଏମାନଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦେବା ପାଇଁ ଯୋଜନା କରି ଗ୍ରାମାଞ୍ଚଳରେ ୧୫୦ ବର୍ଗଫୁଟ ଓ ସହରରେ ୫୦ ବର୍ଗଫୁଟ ଜାଗା ଯୋଗାଇଦେବା ସହ ୩୫ ହଜାର ଟଙ୍କା ଅନୁଦାନ ଦେଲେ ବି ସେମାନେ ରହୁନାହାନ୍ତି। ଏମାନଙ୍କୁ ଖୋଜି ସ୍ଥାୟୀବାସର ବ୍ୟବସ୍ଥା କରିବା ଦାୟିତ୍ୱ ରହିଥିଲେ ମଧ୍ୟ ଏଯାବତ ସରକାରଙ୍କ ପାଖରେ ରାଜ୍ୟରେ କେତେ ଗାଡୋଲିୟା ଲୋହାର ରହିଛନ୍ତି ତା’ର ହିସାବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri