ଏଇ ଭାରତରେ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡି କରାଯାଇ ଜରିମାନା ଆଦାୟ କରାଯାଉଛି। ମାତ୍ର ଟ୍ରାଫିକ ନିୟମ ଉପରେ ଗୁରୁଗ୍ରାମର ଜ୍ୟାକବ୍‌ପୁରା ନିବାସୀ ଧର୍ମବୀର ହିନ୍ଦୁସ୍ଥାନୀ ତାଙ୍କ ପୁଅ ଓ ଝିଅଙ୍କ ସହ ସଚେତନତା ଆଣିବାରେ ଯେଭଳି ଚେଷ୍ଟା କରିଆସୁଛନ୍ତି ତାହା ପ୍ରଶଂସନୀୟ। ଧର୍ମବୀର ଜଣେ ଓକିଲ। ଗୁରୁଗ୍ରାମର ବିଭିନ୍ନ ଛକରେ ସେ ବ୍ୟାନର୍‌ ଧରି ଠିଆହୋଇ ଦୀର୍ଘ ୮ ବର୍ଷ ହେବ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରିଆସୁଛନ୍ତି। ପ୍ରଥମେ ସେ ଏକାକୀ ଏହି କାର୍ଯ୍ୟ କରୁଥିଲେ, ଏବେ ୮ ବର୍ଷର ପୁଅ ପାର୍ଥ ଓ ୧୦ ବର୍ଷର ଝିଅ ଭାବିକା ସ୍କୁଲରୁ ଛୁଟି ହୋଇ ଆସିବା ପରେ ପିତାଙ୍କ ସହ ଟ୍ରାଫିକ ନିୟମ ଉପରେ ସଚେତନ କରିବା ଲାଗି ବହାରିଯାଉଛନ୍ତି। ପିତା, ପୁତ୍ର ଓ ଝିଅ ସହରର ଅଲଗା ଅଲଗା ସ୍ଥାନକୁ ଯାଇ ଏହିି କାର୍ଯ୍ୟ କରୁଛନ୍ତି। ଧର୍ମବୀରଙ୍କୁ ସୋନା ଚୌକ, ଆକାଶପୁରୀ ଚୌକ ଓ ପୁରୁଣା ଗୁରୁଗ୍ରାମର ରାସ୍ତାରେ ଦେଖିବାକୁ ମିଳେ। ଛୁଟିଦିନରେ ଝିଅ-ପୁଅଙ୍କୁ ସାଙ୍ଗରେ ନେଇ ଧର୍ମବୀର ବାହାରିଯାଆନ୍ତି ରାସ୍ତାରେ ଥିବା ଖାଲଖମା ଭର୍ତ୍ତିି କରିବାକୁ। ନିଜ ସମ୍ବଳ ମଧ୍ୟରେ ସେ ଏହା କରୁଛନ୍ତି। ଧର୍ମବୀର ଯାହା ରୋଜଗାର କରନ୍ତି ସେଥିରୁ କିଛି ଅଂଶ ରାସ୍ତା ମରାମତିରେ ବ୍ୟୟ କରିଥାନ୍ତି। ଏହି କାର୍ଯ୍ୟକୁ ଦେଖି ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟି ବା ଜିଲା ଆଇନ ସେବା ପ୍ରାଧିକରଣ ଧର୍ମବୀରଙ୍କୁ ତାଙ୍କର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ବି ତାଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ ତିନି ମାସରେ ୩୦ଟି ସ୍କୁଲ ଓ କଲେଜକୁ ଯାଇ ସ୍ବଚ୍ଛତା ଏବଂ ଟ୍ରାଫିକ ନିୟମ ପ୍ରତି ସଚେତନ କରୁଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ସ୍ବାଧୀନତା ଦିବସରେ ସମ୍ମାନିତ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri