ଏଇ ଭାରତରେ

ମା’ ଛେଉଣ୍ଡ ନବଜାତ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଲେ ବିଚାରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟିବାକୁ ସକ୍ଷମ ହୋଇଛି। ସମ୍ପ୍ରତି ଏହି ଅଭିଯାନରୁ ପ୍ରେରଣା ପାଇ ଗୁଜରାଟର ଜଣେ ଜିଲା ବିକାଶ ଅଧିକାରୀ ଏବଂ ତାଙ୍କ ବିଚାରପତି ସ୍ତ୍ରୀ ଏକ ନବଜାତ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଛନ୍ତି। ସ୍ଥାନୀୟ ଆନନ୍ଦ ନିକଟରେ ଥିବା ବାସଦ ଗାଁରେ ଘଟିଛି ଏହିି ଘଟଣା। ଚିକିତ୍ସା କେନ୍ଦ୍ରରେ ଜଣେ ମହିଳା ନିଜ ତୃତୀୟ ଶିଶୁକନ୍ୟାକୁ ଜନ୍ମଦେଇ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଶିଶୁକନ୍ୟାଙ୍କ ପିତା କିଭଳି ୩ ଜଣ କନ୍ୟାଙ୍କୁ ପାଳିବେ ସେ ନେଇ ଚିନ୍ତା କରୁଥିବାବେଳେ ଜିଲା ବିକାଶ ଅଧିକାରୀ ଅମିତ୍‌ ପ୍ରକାଶ ଯାଦବ ଏବଂ ବିଚାରପତି ଭାବେ ନିଯୁକ୍ତ ଥିବା ତାଙ୍କ ସ୍ତ୍ରୀ ଚିନ୍ନା ଶିଶୁଟିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏନେଇ ଅମିତ୍‌ ଶିଶୁକନ୍ୟା ପିତାଙ୍କ ସହିତ ଆଲୋଚନା କରିଥିଲେ। ଅମିତ୍‌ ଏବଂ ଚିନ୍ନାଙ୍କ ଏଭଳି କାର୍ଯ୍ୟ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।