ଏଆଇ ଧରିବ କରୋନା

ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି ଜଟିଳ ରୋଗର ଶତ ପ୍ରତିଶତ ନିରାକରଣ ଲାଗି ଅଦ୍ୟାବଧି ପ୍ରତିଷେଧକ ବାହାରିନାହିଁ, ଯାହା ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ତେବେ ନିକଟରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ବେଶ୍‌ ଫଳପ୍ରଦ ହେବ ବୋଲି ଦାବି କରିଛନ୍ତି ବୈଜ୍ଞାନିକ। ଏହାଦ୍ୱାରା ପ୍ରଭାବିତ ଅଞ୍ଚଳରେ ଭୂତାଣୁର ଶିକାର ହୋଇଥିବା ରୋଗୀଙ୍କୁ ସହଜରେ ଠାବ କରାଯାଇପାରିବ। ମନୁଷ୍ୟ ଶରୀରର ତାପମାତ୍ରାକୁ ଆଧାର କରି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ। ଏହାଦ୍ୱାରା ପ୍ରାରମ୍ଭିକସ୍ତରରୁ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ। ମିଚିଗାନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜିର ବିକାଶ କରିଛନ୍ତି।
ଏହି ଟେକ୍ନୋଲୋଜି ଜରିଆରେ ୧୦୦୦ବର୍ଗ ଫୁଟ ଅଞ୍ଚଳରେ ନଜର ରଖାଯାଇପାରିବ ଏବଂ ଥରକେ ୧୦୦ଜଣଙ୍କ ଶରୀରର ତାପମାତ୍ରାକୁ ଯାଞ୍ଚ କରାଯାଇପାରିବ। ଏସବୁ କାମ ମାତ୍ର କେଇ ମାଇକ୍ରୋ ସେକେଣ୍ଡ ମଧ୍ୟରେ ହୋଇଯିବ। ଏହି ଟେକ୍ନୋଲୋଜିରେ ଇଣ୍ଟିଗ୍ରେଟେଡ୍‌ କ୍ୟାମେରା ସିଷ୍ଟମ, ଟେମ୍ପରେଚର ସେନ୍ସର, ନ୍ୟୁରଲ ନେଟ୍‌ଓ୍ବାର୍କ ସିଷ୍ଟମର ବ୍ୟବହାର କରାଯିବ। ଉହାନ୍‌, ବେଜିଂ ସମେତ ଚାଇନାର ଅନେକ ସ୍କୁଲ, ହସ୍ପିଟାଲ, ସ୍କୁଲ ସମେତ ସର୍ବସାଧାରଣ ସ୍ଥାନରେ ଏହି ଟେକ୍ନୋଲୋଜିକୁ ବ୍ୟବହାର କରାଯିବାକୁ ଯୋଜନା କରାଯାଉଛି।
ଏଆଇ ଟେକ୍ନୋଲୋଜିରେ ଫାୟରଟାଇନ୍ସ ଇନ୍‌ଷ୍ଟଲ କରାଯାଇଛି। ଏହା ହେଉଛି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌। ଏହାକୁ ଉପଯୋଗ କରି ୯୯% ଠିକ୍‌ ତାପମାତ୍ରା ରିଡିଂକରାଯାଇପାରିବ। ଏହି ବୈଷୟିକ କୌଶଳ କ୍ଷୀପ୍ରଗତିରେ ସେଣ୍ଟ୍ରାଲ୍‌ ସର୍ଭରକୁ ଡାଟା ପ୍ରେରଣ କରିବ। ଏଥିରେ ଲାଗିଥିବା ଫେସିଆଲ ରେକଗ୍‌ନାଇଜେଶନ ସିଷ୍ଟମ ଏବଂ ନ୍ୟୁରଲ ପ୍ରୋସେସିଂ ୟୁନିଟ୍‌ ଏକ ସେକେଣ୍ଡରେ ୩ ଲକ୍ଷ କୋଟି ଗଣନା କରିବାକୁ ସକ୍ଷମ, ଯାହା କରୋନା ଭାଇରସ୍‌ ସନ୍ଦିଗ୍ଧଙ୍କୁ ଠାବ କରିବାରେ ସଫଳ ହେବ ବୋଲି ବେଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri