Posted inଖେଳ

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌ ଭୂତିଆ କହିଛନ୍ତି। ଭାରତ ପାଇଁ ଦୀର୍ଘ ଏକ ଦଶନ୍ଧି ଧରି ଫୁଟବଲ ଖେଳିଆସିଥିବା ଓ ଭାରତୀୟ ଫୁଟବଲର ପୋଷ୍ଟର ବଏ ବିବେଚିତ ହୋଇ ଆସୁଥିବା ଭୂତିଆ ୨୦୧୧ରେ ଅବସର ଘୋଷଣା କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ ଭବିଷ୍ୟତରେ ଏହି ପଦ ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି କହିଛନ୍ତି। ଏବେ ଦେଶରେ ତୃଣମୂଳ ସ୍ତରରେ କିପରି ଫୁଟବଲର ଉନ୍ନତି ହେବ ସେ ନେଇ ପ୍ରୟାସ ଜାରି ରଖିବି। ବାଇଚୁଙ୍ଗ ଭୂତିଆ ଫୁଟବଲ ସ୍କୁଲ, ୟୁନାଟେଡ ସିକ୍କିମ କ୍ଲବ ଓ ଜିଲାସ୍ତରରେ ତୃଣମୂଳସ୍ତରରେ ଫୁଟବଲ ଉନ୍ନତି ପାଇଁ ଏବେ ଫୋକସ କରୁଛି ବୋଲି ସେ କହିଛନ୍ତି।
ଏବେ ୨୦୦୮ରୁ ପ୍ରଫୁଲ୍ଲ ପଟେଲ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଛନ୍ତି। ପ୍ରିୟରଞ୍ଜନ ଦାସ ମୁନ୍‌ସୀ ଅସୁସ୍ଥ ହେବା ପରେ ସେ ଏହି ଗୁରୁ ଦାୟିତ୍ୱ ବହନ କରି ଆସୁଛନ୍ତି। ସେ ୨୦୧୨ରେ ଓ ପରେ ୨୦୧୬ରେ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ସେ ଦେଶରେ ଲାଗୁ ହୋଇଥିବା ସ୍ପୋଟର୍‌ସ କୋଡ୍‌ ଯୋଗୁଁ ଚଳିତ ବର୍ଷ ପୁଣି ଥରେ ନିର୍ବାଚନ ନ ଲଢିବା ନିଶ୍ଚିତ ହୋଇଛି।
ଭାରତ ପ୍ରଥମ ଫୁଟବଲ ଭାବେ ୪୩ ବର୍ଷୀୟ ଭୂତିଆ ୧୦୦ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ୍‌ ଖେଳି ରେକର୍ଡ କରିଥିଲେ। ନିଜର ଗୋଲ ସ୍କୋରିଂ କୌଶଳ ପାଇଁ ଭୂତିଆ ବେଶ୍‌ ଜଣାଶୁଣା ଥିଲେ। ଏବେ ଭାରତୀୟ ଦଳ ତଥା ଏଫ୍‌ସି ଗୋଆ ଖେଳାଳି ବ୍ରାଣ୍ଡନ ଫର୍ନାଣ୍ଡିଜ୍‌ ଦେଶର ଶ୍ରେଷ୍ଠ ମିଡ୍‌ ଫିଲ୍ଡର ବୋଲି ଭୂତିଆ କହିଛନ୍ତି। ଫର୍ନାଣ୍ଡିଜ୍‌ଙ୍କ ଖେଳ ମୋତେ ପ୍ରଭାବିତ କରିଛି। ଗୋଆ ପାଇଁ ସେ ଭଲ ପ୍ରଦର୍ଶନ କରୁଛନ୍ତି। ମିଡ୍‌ଫିଲ୍ଡରେ ସେ ପ୍ରଭାବୀ ପ୍ରଦର୍ଶନ କରି ଦଳକୁ ଏକାଧିକବାର ଜିତାଉଛନ୍ତି ବୋଲି ଭୂତିଆ କହିଛନ୍ତି। ଫୁଟବଲର ଉନ୍ନତି ପାଇଁ ଉତ୍ତରପୂର୍ବାଞ୍ଚଳର ଯୁବ ବ୍ୟବସାୟୀମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି। କ୍ଲବ୍‌ଗୁଡିକୁ ପ୍ରାୟୋଜକ ମିଳିବା, ଖେଳାଳିମାନଙ୍କୁ ସମର୍ଥନ ଦେବା ସହ କ୍ରୀଡ଼ା ସରଞ୍ଜାମ ଓ ଟ୍ରେନିଂ ଦିଆଗଲେ ଉତ୍ତରପୂର୍ବାଞ୍ଚଳରେ ଫୁଟବଲର ଉନ୍ନତି ଆହୁରି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri