ନୂଆଦିଲ୍ଲୀ,୨୬ା୮(ପି.ଟି):ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍)ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବାଇଚୁଙ୍ଗ ଭୂତିଆ। ଭାରତୀୟ ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ଭୂତିଆ ଗୁରୁବାର ନିଜର ନାମାଙ୍କନ ଦାଖଲ କରିଛନ୍ତି। ୪୫ ବର୍ଷୀୟ ଭୂତିଆଙ୍କ ନାମ ଆନ୍ଧ୍ର ଫୁଟବଲ ଆସୋସିଏଶନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ରାଜସ୍ଥାନ ଫୁଟବଲ ଆସୋସିଏଶନ ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି। ଏଆଇଏଫ୍ଏଫ୍ ସଭାପତି ପଦ ପାଇଁ ମୁଁ ନିଜକୁ ସବୁଠୁ ଯୋଗ୍ୟ ମନେ କରୁଥିବା କାରଣରୁ ମୁଁ ନାମାଙ୍କନ ଦାଖଲ କରିଛି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଭୂତିଆ। ଭାରତ ପାଇଁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିବା ସହିତ ବିଭିନ୍ନ ନାମୀ କ୍ଲବ ନିମନ୍ତେ ମଧ୍ୟ ମୁଁ ଖେଳିଛି। ଏହା ବ୍ୟତୀତ କ୍ରୀଡା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ୍ସ ସେଲ୍ ଓ ଅନ୍ୟାନ୍ୟ କ୍ରୀଡା କମିଟିରେ ସାମିଲ ହେବା କାରଣରୁ ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି। ଭାରତୀୟ ଫୁଟବଲକୁ ଏହାର ଶିଖରରେ ପହଞ୍ଚାଇବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ ନିଜ ବୟାନରେ କହିଛନ୍ତି।
ଏହା ପୂର୍ବରୁ ସିଓଏ ଦ୍ୱାରା ପରିଚାଳିତ ହେଉଥିବା ସମୟରେ ମଧ୍ୟ ଭୂତିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ତେବେ ଫିଫା ପକ୍ଷରୁ ଭାରତୀୟ ଫୁଟବଲ ସଂଘକୁ ବାସନ୍ଦ କରାଯିବା ପରେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ସିଓଏକୁ ଖାରଜ କରି ଦିଆଯିବା ସହିତ ପୁନର୍ବାର ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରଥମ ଥର ନାମାଙ୍କନ ଦାଖଲ ସମୟରେ ଭୂତିଆଙ୍କ ପୂର୍ବତନ ଟିମ୍ ମେଟ୍ ଦୀପକ ମଣ୍ଡଳ ତାଙ୍କ ନାମ ସୁପାରିସ କରିଥିଲେ। ଅନ୍ୟତମ ପୂର୍ବତନ ଫୁଟବଲର ମଧୁ କୁମାରୀ ଏହାକୁ ସମର୍ଥନ ପ୍ରଦାନ କରିଥିଲେ।
T20 ବିଶ୍ୱକପ୍ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା
ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍ରେ ଅଷ୍ଟ୍ରେଲିଆକୁ…
ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…
ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ
ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…
ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ
ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…
ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…
ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର
ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…
ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…
ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS
ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…
Archives

