ଋଷିକୁଲ୍ୟା, ବଡନଦୀରେ ପ୍ରଥମ ବନ୍ୟାଜଳ

ଆସିକା,୭।୮(ଡି.ଏନ୍‌.ଏ.)- ଗତ ସୋମବାର ଠାରୁ ଆସିକା ତଥା ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ା ବୁଧବାର ମଧ୍ୟାହ୍ନରେ ଆସିକାର ଉଭୟ ପାର୍ଶ୍ୱରେ ପ୍ରବାହିତ ଋଷିକୂଲ୍ୟା ଓ ବଡନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଆସିକାଠାରେ ଋଷିକୁଲ୍ୟା ବିପଦ ସଙ୍କେତ ୬.୭ ଫୁଟ ରହିଥିବାବେଳେ ବର୍ତ୍ତମାନ ୪.୬ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିଭଳି ବଡନଦୀର ବିପଦ ସଙ୍କେତ ୧୧ ଫୁଟ ରହିଥିଲା ବେଳେ ବର୍ତ୍ତମାନ ୨.୮ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି ା ଗତ ୩ଦିନ ଧରି ଲାଗି ରହିଥିବା ଏହି ବର୍ଷାରେ ଆସିକା ଠାରେ ୧୦୩ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ଉପରମୁଣ୍ଡ ଜାନିବିଲିଠାରେ ୧୦୫ ମି.ମି., ଉପରମୁଣ୍ଡ ସୋରଡା ଠାରେ ଗତ ୨୪ ଘଣ୍ଟାରେ ୮୫ ମି.ମି. ବୃଷ୍ଟିପାତ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।