ଋଣ ଟଙ୍କା ମାଗିବାରୁ ଯୁବକଙ୍କୁ ମାଡ଼

ଗୋପାଳପୁର,୨୯ା୭: ଋଣ ଟଙ୍କା ମାଗିବାରୁ ୩ଜଣ ଯୁବକ ମିଶି ଜନୈକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏହି ଥାନା ନୂଆବକ୍ସିପଲ୍ଲୀ ଗ୍ରାମର କେ. ରମେଶ ୩ ଜଣ ଯୁବକଙ୍କ ସହ ମିଶିି ଶନିବାର ରାତି ପ୍ରାୟ ୮ଟାରେ ନିଜ ଗଁାରେ ବସିଥିଲେ। ଏହି ସମୟରେ କେ. ରମେଶ ଋଣ ଥିବା ଟଙ୍କାକୁ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ମାଗିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉକ୍ତ ୩ ଯୁବକ ରାଗିଯାଇ ରମେଶଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ରବିବାର ରମେଶ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୯/୧୯ରେ ମାମଲା ରୁଜୁ କରିଛି। ରମେଶ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।