ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ବଢ଼ୁଛି ଅସନ୍ତୋଷ: ଅର୍ଥ ମଞ୍ଜୁର ସତ୍ତ୍ୱେ ହେଉନି ଭିତ୍ତିଭୂମି ବିକାଶ

ଆଠମଲ୍ଲିକ,୨୫ା୧୨(ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡରେ ଦୀର୍ଘଦିନ ହେବ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଉପଖଣ୍ଡ ଡାକ୍ତରଖାନାଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯାଏ ସବୁଠି ପୁଳା ପୁଳା ପଦବୀ ଖାଲି ପଡ଼ିଛି। କୋଟି କୋଟି ଟଙ୍କା ମଞ୍ଜୁର ହୋଇସାରିଥିଲେ ବି ଭିତ୍ତିଭୂମିର ବିକାଶ ପାଇଁ ପ୍ରଶାସନ ଜାଗା ଯୋଗାଇ ପାରୁ ନାହିଁ। ଫଳରେ ଉପଖଣ୍ଡ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
୧୯୧୮ରେ ସ୍ଥାପିତ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଶଯ୍ୟା ସଂଖ୍ୟା ୪୮। ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ସମେତ ଏଠାରେ ୧୬ଟି ଡାକ୍ତର ପଦବୀ ରହିଛି। ଏହା ଉପରେ ଆଠମଲ୍ଲିକ ସହର ଓ ବ୍ଲକର ୨୪ ପଞ୍ଚାୟତ ଏବଂ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ଅଭାବରୁ ଏହି ଡାକ୍ତରଖାନା ପ୍ରତି ରୋଗୀଙ୍କ ଆସ୍ଥା ତୁଟିବାରେ ଲାଗିଛି। ୧୬ ଜଣଙ୍କ ସ୍ଥାନରେ ମାତ୍ର ୭ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଶଲ୍ୟ, ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଚକ୍ଷୁ, ରଶ୍ମିରଞ୍ଜନ ଆଦି ବିଭାଗରେ ପଦବୀ ଖାଲି ପଡ଼ିଛି। ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଫେବୃୟାରୀ ୧୫ଠାରୁ ଲମ୍ବା ଛୁଟିରେ ରହିଛନ୍ତି। ସେହିଭଳି ୪ଟି ବରିଷ୍ଠ ଚିକିତ୍ସା ଅଧିକାରୀ ପଦବୀ ମଧ୍ୟରୁ ମାତ୍ର ଗୋଟିଏରେ ଅଧିକାରୀ ଅଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ସାମାନ୍ୟ ରୋଗ ପାଇଁ ରୋଗୀଙ୍କୁ ଏଠାରୁ ଅନ୍ୟତ୍ର ରେଫର କରିଦିଆଯାଉଛି। ୭ ଷ୍ଟାପ୍‌ ନର୍ସ ପଦବୀରୁ ୩ଟି ଖାଲି ପଡ଼ିଛି। ୧୦ ଜଣ ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ ୩ଟିରେ କେହି ନାହାନ୍ତି। ହେଲ୍‌ଥୱାର୍କର ପଦବୀ ଖାଲି ପଡିଥିବା ବେଳେ ୪ ଜଣ ଝାଡୁଦାରଙ୍କ ମଧ୍ୟରୁ ୨ ଜଣ ନାହାନ୍ତି। ୨ଟି କିରାଣି ପଦବୀରୁ ଜଣେ ଅଛନ୍ତି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟମିଶନର ୫ ଜଣ ଷ୍ଟାଫନର୍ସଙ୍କ ମଧ୍ୟରୁ ୩ଟି ଖାଲି ପଡ଼ିଛି। ଲାବୋ୍ରଟୋରୀ ଟେକ୍ନିସିଆନ ୨ଟିରୁ ଗୋଟିଏ ଖାଲି। ଏହାଛଡା ଏଠାରେ ନିୟୋଜିତ ଜଣେ ମାତ୍ର ରେଡିଓଗ୍ରାଫରଙ୍କୁ ଏଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେଶନରେ ପଠାଯାଇଛି। ଡାକ୍ତରଖାନାର ଏକ୍ସ-ରେ ମେଶିନ୍‌ ଅଚଳ ହୋଇପଡିଥିବା ବେଳେ ଶବ ସଂରକ୍ଷଣ ଗୃହ ନାହିଁ। ଫଳରେ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ସେହି ବେଡ୍‌ରେ ହିଁ ପକାଇ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ଏହି ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ ୨୦୧୭-୧୮ରେ ଅର୍ଥ ମଞ୍ଜୁର ହୋଇଥିଲା। ଡାକ୍ତର ଓ କର୍ମଚାରୀଙ୍କ ବାସଗୃହ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ନଂ. ୨୭୪୮୪, ତା- ୨୭ା୧୦ା୨୦୧୮ରେ ୯ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ପ୍ରଶାସନ ଉପଯୁକ୍ତ ଜାଗା ଦେଇ ନ ପାରିବାରୁ ଭିତ୍ତିଭୂମିର ବିକାଶ ହୋଇପାରି ନାହିଁ। ସେହିପରି ୫୦ ଶଯ୍ୟା ବିଶିଷ୍ଟ (ଇନଡୋର) ଅନ୍ତେବାସୀ ଗୃହ ନିର୍ମାଣ ପାଇଁ ୨.୫୦ କୋଟି ଟଙ୍କା ଗତ ୨୦୧୭-୧୮ ମସିହାରୁ ଆସିଛି। କିନ୍ତୁ ଏଥିପାଇଁ ବି ଜାଗା ମିଳୁନି ବୋଲି ଏନ୍‌ଆର୍‌ଏଚ୍‌ଏମ୍‌ କନିଷ୍ଠ ଯନ୍ତ୍ରୀ କହିଛନ୍ତି। କେବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ, ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଠାକୁରଗଡ, ପାଇକସାହି, ପତାକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅନୁରୂପ ଅବସ୍ଥା ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଅନୁଗୋଳ ସିଡିଏମଓ ଅମରେନ୍ଦ୍ର ନାଥ ମହାନ୍ତି କହିଛନ୍ତି, ସମସ୍ୟାର ଅନୁଧ୍ୟାନ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଜମି ଯୋଗାଣ ହୋଇପାରି ନ ଥିବା ସମ୍ପର୍କରେ ସ୍ଥାନୀୟ ତହସିଲଦାର ଅଶୋକ ଦେହୁରୀ କହିଛନ୍ତି, ଡାକ୍ତରଖାନା ନିକଟରେ ଆବଶ୍ୟକ ଜମି ନାହିଁ। ତେବେ ଡାକ୍ତରଖାନା ଠାରୁ ୪ କି.ମି. ମଧ୍ୟରେ ତହସିଲ ପକ୍ଷରୁ ଏନ୍‌ଏସି ଅଞ୍ଚଳରେ ଜମି ଯୋଗାଇ ଦିଆଯାଇ ପାରିବ। ତେବେ ଡାକ୍ତରଖାନା ଠାରୁ ମାତ୍ର ୫୦୦ ମିଟର ଦୂର ସର୍କିଟ୍‌ ହାଉସ୍‌ ପଛପାଖରେ ସରକାରଙ୍କ ୩ ଏକର ୬୮ ଡିସିମିଲ ଜମି ବହୁ ବର୍ଷ ଧରି ପଡିରହିଥିବା ବେଳେ ଏହି ଜମିକୁ କାହିଁକି ବ୍ୟବହାର କରାଯାଉନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri