ରେଳ ଯାତ୍ରୀ ଭଡା ବଢିବା ସମ୍ଭାବନା

ନୂଆଦିଲ୍ଲୀ,୨୫-୧୨: ଭାରତୀୟ ରେଲଓ୍ବେ ପକ୍ଷରୁ ଚଳିତ ସପ୍ତାହରେ ଯାତ୍ରୀ ଭଡା ବଢାଇବା ନେଇ ସମ୍ଭାବନା ରହିଛି। କିଲୋମିଟର ପିଛା ଏହା ୫ରୁ ୪୦ ପଇସା ମୂଲ୍ୟ ବଢିପାରେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଯାତ୍ରୀ ଭଡା ବୃଦ୍ଧି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଚଳିତ ବର୍ଷ ନଭେମ୍ବରରେ ମଞ୍ଜୁରୀ ଲାଭ କରିଛି। ଝାଡଖଣ୍ଡ ନିର୍ବାଚନ ଯୋଗୁ ଏହା ଘୋଷଣା ହୋଇ ନ ଥିବା ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ରେଲଓ୍ବେ ରାଜସ୍ବ ଉପରେ ଏହାର ପ୍ରଭାବ ପଡିଛି। ରେଲଓ୍ବେ ରାଜସ୍ବ ବଢାଇବା ଲାଗି ଉଦ୍ୟମ ଜାରି ରଖିଛି। ଏବେ ସଡକ ପରିବହନ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ରହିଛି। ପାସେଞ୍ଜର ସେଗ୍‌ମେଣ୍ଟରେ ଯାତ୍ରୀଭଡା ବୃଦ୍ଧି ଲାଗି ରେଲଓ୍ବେ ଚିନ୍ତା କରୁଛି। ଗତ କିଛି ବର୍ଷ ହେବ ରେଲଓ୍ବେ ଏହାର ଯାତ୍ରୀଭଡାରେ କୌଣସି ପରିବର୍ତ୍ତନ କରିନାହିଁ।
ରେଲଓ୍ବେ ରାଜସ୍ବରେ ବୃଦ୍ଧି ଲାଗି କିଛି ଟ୍ରେନରେ ଫ୍ଲେକ୍ସି ଫେୟାର ସିଷ୍ଟମ ଏବଂ ରିଫଣ୍ଡରେ ପରିବର୍ତ୍ତନ ଆଣିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ରେଲଓ୍ବେର ମୋଟ୍‌ ରାଜସ୍ବ ଲଗାତାର ଦ୍ୱିତୀୟ ମାସ ଲାଗି ହ୍ରାସ ଘଟିଛି। ଏଥିରେ ୪.୨% ଖସି ୧୩,୧୬୯ କୋଟି ଟଙ୍କା ରହିଛି। ସେହିଭଳି ଅକ୍ଟୋବର ରାଜସ୍ବରେ ୭.୮% ହ୍ରାସ ହୋଇଥିଲା। ଏପ୍ରିଲ-ଅକ୍ଟୋବର ସମୟରେ ରେଲଓ୍ବେର ରାଜସ୍ବ ହ୍ରାସ ୧୯,୪୧୨ କୋଟି ଟଙ୍କା ରହିଛି। ଏହି ସମୟରେ ମୋଟ ବ୍ୟୟ ୪୦୯୯ କୋଟି ଟଙ୍କା ବୃଦ୍ଧି ଘଟି ୧.୦୧ ଲକ୍ଷ କୋଟି ଟଙ୍କା ରହିଛି। ଏହି ସମୟରେ ୯୭,୨୫୬ କୋଟି ଟଙ୍କା ଖର୍ଚ୍ଚ ଲାଗି ରେଲଓ୍ବେ ଯୋଜନା ରଖିଥିଲା।
ରେଳ ବୋର୍ଡ ପୁନର୍ଗଠନକୁ କ୍ୟାବିନେଟ ମଞ୍ଜୁରୀ
ରେଲଓ୍ବେ ପକ୍ଷରୁ ଏହାର ବୋର୍ଡ ପୁନର୍ଗଠନ ଏବଂ କ୍ୟାଡର ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ରେଳ ବୋର୍ଡରେ ଏବେ ଅଧ୍ୟକ୍ଷଙ୍କ ସମେତ ୫ ସଦସ୍ୟ ରହିବେ। ଏହା ପୂର୍ବରୁ ୮ ସଦସ୍ୟ ବିଶିଷ୍ଟ ରହିଥିଲା। ସେହିଭଳି ବିଭିନ୍ନ କ୍ୟାଡର ପରିବର୍ତ୍ତେ ଏକକ ରେଳ ମ୍ୟାନେଜମେଣ୍ଟ ସିଷ୍ଟମ ପରିସରକୁ ଆଣିବା ଲାଗି ଯୋଜନା ରହିଥିବା ସୂଚନା ରହିଛି। ରେଳ ବୋର୍ଡର ଟ୍ରାଫିକ, ରୋଲିଂ ଷ୍ଟକ, ଟ୍ରାକଶନ ଆଣ୍ଡ ଇଞ୍ଜିନିୟରିଂ ସଦସ୍ୟ ପରିବର୍ତ୍ତେ ନୂଆ କରି ଗଠନ ହୋଇଥିବା ବୋର୍ଡରେ ପରିଚାଳନା, ବାଣିଜ୍ୟ ଉନ୍ନତିକରଣ, ମାନବ ସମ୍ବଳ, ଭିତ୍ତିଭୂମି ଏବଂ ଅର୍ଥ ଭଳି କ୍ଷେତ୍ରରେ ସଦସ୍ୟ ରହିବେ। ରେଲଓ୍ବେରେ ଏବେ ଗୋଟିଏ କ୍ୟାଡର ଭାରତୀୟ ରେଳ ସର୍ଭିସ କାର୍ଯ୍ୟ କରିବ। ଇଲେକ୍ଟ୍ରିକାଲ, ମେକାନିକାଲ, ଟ୍ରାଫିକ ଏବଂ ଇଞ୍ଜିନିୟରିଂ ସମେତ ବିଭିନ୍ନ ବିଭାଗରେ ବର୍ତ୍ତମାନ ୮ ସେବା ରହିଛି। ଏବେଠାରୁ ଏହା ଗୋଟିଏ କ୍ୟାଡରରେ ମିଶ୍ରଣ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?