ଉପକୂଳ ଅଞ୍ଚଳରେ ବଢୁଛି ପବନର ବେଗ

ମହାକାଳପଡ଼ା,୧୯।୫,(ଡି.ଏନ୍‌.ଏ.)- ଅମ୍ପନ୍‌ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ ଓ ନଞ୍ଜୁରା ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହ ବାରନମ୍ବର, ଲୁଣିମାଠିଆ, ବାଘୁଆମେଦ, ସିଂ ପଡ଼ା ଓ ଶବରପଡ଼ା ଆଦିବାସୀଙ୍କୁ ନିକଟ ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରାଯାଇଛି। ସା ସୁଦ୍ଧା ପ୍ରାୟ ୫ ହଜାର ଲୋକଙ୍କୁ ସେଠାକୁ ପଠାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟରେ ବିଧାୟକ ଅତନୁସବ୍ୟସାଚୀ ନାୟକ ବରିଷ୍ଠ ଅଧିକାରୀମାନଙ୍କ ସହ ମିଶି ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରିଲିଫ ସାମଗ୍ରୀ ଓ ଜରୁରିକାଳନୀ ସେବା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଛତୁଚାଷ

କେନ୍ଦ୍ରାପଡ଼ା,୨୯ା୩ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ପାଇଁ ବାରମ୍ବାର ଦାବି ହେଉଛି। କର୍ମ ନିଯୁକ୍ତିକୁ ନେଇ...

ଏଥର ବୈଜୟନ୍ତଙ୍କ ସହ ଅଂଶୁମାନ୍‌ଙ୍କ ମୁକାବିଲା

କେନ୍ଦ୍ରାପଡ଼ା,୨୮ା୩ (ଜଗନ୍ନାଥ ଧଳ)ଆସନ୍ତା ଜୁନ୍‌ ୧ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଧାରଣ ନିର୍ବାଚନ ହେବ ା ୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ...

୧୫ ଦିନ ତଳେ ହୋଇଥିଲା ଉଦ୍‌ଘାଟନ, ଧସିଲା ସେତୁ

ଆଳି,୨୫ା୩ (ବନମାଳୀ ସେନାପତି): ବହୁ ପ୍ରତୀକ୍ଷିତ ପଦନିପାଳ ସେତୁ ଉଦ୍‌ଘାଟନ ହେବାର ୧୫ଦିନ ମଧ୍ୟରେ ସଂଯୋଗୀକରଣ ରାସ୍ତା ସାମାନ୍ୟ ବର୍ଷାରେ ଧୋଇଯାଇଛି। ଫଳରେ ପଞ୍ଚାୟତବାସୀ ପୁନର୍ବାର...

ଦୂଷିତ ଜଳ, ଚିନ୍ତାରେ ଜିଲାବାସୀ

କେନ୍ଦ୍ରାପଡ଼ା,୨୪ା୩ (ଜଗନ୍ନାଥ ଧଳ):ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ଖରାତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ...

ଇଟାଭାଟି ଧୂଆଁ ଯୋଗୁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୨୪ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି। ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ...

ଏକାଠି ହେଲେ ଧ୍ରୁବ, ଅଂଶୁମାନ

ରାଜନଗର, ୨୩ା୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ସମନ୍ବୟ ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା...

ନିଶା କବଳରେ ଯୁବଗୋଷ୍ଠୀ, ବଢୁଛି ଅପରାଧ

ପଟ୍ଟାମୁଣ୍ଡାଇ,୨୨ା୩ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ି ଚାଲିଛି। ନିଶାସେବନକାରୀଙ୍କ ସଂଖ୍ୟା ବି ବଢ଼ିଛି। ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ...

ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି

ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri