ଉପକୂଳ ଅଞ୍ଚଳରେ ବଢୁଛି ପବନର ବେଗ

ମହାକାଳପଡ଼ା,୧୯।୫,(ଡି.ଏନ୍‌.ଏ.)- ଅମ୍ପନ୍‌ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ ଓ ନଞ୍ଜୁରା ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହ ବାରନମ୍ବର, ଲୁଣିମାଠିଆ, ବାଘୁଆମେଦ, ସିଂ ପଡ଼ା ଓ ଶବରପଡ଼ା ଆଦିବାସୀଙ୍କୁ ନିକଟ ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରାଯାଇଛି। ସା ସୁଦ୍ଧା ପ୍ରାୟ ୫ ହଜାର ଲୋକଙ୍କୁ ସେଠାକୁ ପଠାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟରେ ବିଧାୟକ ଅତନୁସବ୍ୟସାଚୀ ନାୟକ ବରିଷ୍ଠ ଅଧିକାରୀମାନଙ୍କ ସହ ମିଶି ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରିଲିଫ ସାମଗ୍ରୀ ଓ ଜରୁରିକାଳନୀ ସେବା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ବିଦେଶରେ ଥାଇ ଗାଁର ମହକ ଭୁଲିନାହାନ୍ତି ଚିଦାନନ୍ଦ, ୨୨ ବର୍ଷ ବୟସରେ କୃଷକଙ୍କ ପାଇଁ କରୁଛନ୍ତି ଏମିତି ଚିନ୍ତା…

ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଅନ୍ତର୍ଗତ ନଛିପଡ଼ା ଗାଁର ୨୨ବର୍ଷୀୟ ସୋମିତ୍ରୀ ଚିଦାନନ୍ଦ ଦାସ କାନାଡାରେ ଚାକିରି କରୁଛନ୍ତି। ବିଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri