ଉପକୂଳମୁହାଁ ବୁଲବୁଲ୍‌: ଦୀଘାରେ ହାଇଆଲର୍ଟ

ଭୋଗରାଇ, ୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲାର ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଦୀଘା ଉପକୂଳ ସମୁଦ୍ରରେ ଶନିବାର ୫ରୁ ୯ଫୁଟ୍‌ର ଜୁଆର ମାଡ଼ିଆସୁଥିବା ଦେଖାଯାଇଛି। ଏଥିସହ ତୁହାକୁତୁହା ବର୍ଷା ହେବା ସହ ପବନର ବେଗ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ଦୀଘାରେ ୩ ନଂ. ବିପଦ ସଙ୍କେତ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବା ସୂଚନା ମିଳିଛି।