ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳରେ ପହଞ୍ଚତ୍ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ତାଙ୍କ ସହ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ସାଉଥ୍‌କୋ ଜୋନାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ କୁକୁଡ଼ାଖଣ୍ଡି ବ୍ଲକରୁ ଆସି ଗୋଦରାପଲ୍ଲୀରେ ଗ୍ରାମୀଣ ବିଦ୍ୟୁତ୍‌କରଣ ଓ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ। କଞ୍ଚୁରୁରେ ଗୋରୁ ଗୁହାଳ ଓ ଶାସନ ଆମ୍ବଗାଁରେ ବିଜୁ ପକ୍କାଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ହିଞ୍ଜିଳିକାଟୁରେ ପହଞ୍ଚତ୍ ଆହାର କେନ୍ଦ୍ରରେ ଭୋଜନ କରିଥିଲେ। ପରେ ରାଳବ ଗ୍ରାମରେ ପହଞ୍ଚତ୍ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ, ଉଠା ଜଳ ସେଚନ ଓ ପାନ ଚାଷ ବୁଲି ଦେଖିଥିଲେ। ସେଠାରୁ ପୁଣି ହିଞ୍ଜଳିକାଟୁରେ ପହଞ୍ଚତ୍ ନିର୍ମାଣାଧୀନ ଇନ୍‌ଡ଼ୋର ଷ୍ଟାଡ଼ିୟମ, ଆଙ୍କୋରଡ଼ାରେ ଚାଲିଥିବା ମା’ ମହୁରୀ କାଳୁଆଙ୍କ ଯାତ୍ରା ଗ୍ରାମବାସୀଙ୍କ ଅନୁରୋଧକ୍ରମେ ବୁଲି ଦେଖିଥିଲେ। ସମୟସୀମା ମଧ୍ୟରେ ଓ ଗୁଣାବତାର ସହ କାମ ସାରିବାକୁ ଓ ନିୟିମତ ତଦାରଖ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼, ମନୋରଂଜନ ସାହୁ, ବିଇଓ ବସନ୍ତ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।