ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆଙ୍କ ନିବେଦନ

ବରଗଡ଼ ଅଫିସ୍‌,୧୦।୫: ଲକ୍‌ ଡାଉନ୍‌ ଯୋଗୁ ବରଗଡ଼ ଜିଲାର ପ୍ରାୟ ୩୦ଜଣ ଯୁବତୀଯୁବକ ତାମିଲନାଡ଼ୁର ତିରପୁରରେ ଫସି ରହିଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସକ୍ଷମ ହୋଇ ପାରିନାହାନ୍ତି । ଗାଡ଼ି, ମୋଟର ଚାଲୁ ନ ଥିବାବେଳେ ଗାଡ଼ିଭଡ଼ା ମଧ୍ୟ ସେମାନେ ଯୋଗାଡ଼ କରି ପାରୁ ନାହାନ୍ତି । ଏପରିକି ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ସେମାନଙ୍କୁ ଉପାସରେ ରହିବାକୁ ପଡ଼ୁଛି । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ସମ୍ପୃକ୍ତ ଯୁବତୀ ଯୁବକମାନେ ବରଗଡ଼ ଜିଲାର ସମସ୍ତ ବିଧାୟକ, ମନ୍ତ୍ରୀଙ୍କୁ ସେମାନଙ୍କ ଉଦ୍ଧାର ଦିଗରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।