Categories: ଜାତୀୟ

ଉଦ୍ଧବ ଦେଲେ ଶକ୍ତି ପରୀକ୍ଷା: ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯ ବିଧାୟକ ଉଦ୍ଧବ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ସରକାରଙ୍କ ବିପକ୍ଷରେ କୌଣସି ସଦସ୍ୟ ଭୋଟ ଦେଇ ନାହାଁନ୍ତି । ଏମ୍‌ଏନ୍‌ଏସ୍‌ ବିଧାୟକଙ୍କ ସମେତ ଗୃହରେ ଉପସ୍ଥିତ ୪ ବିଧାୟକ ଭୋଟଦାନରୁ ବିରତ ରହିଥିଲେ। ବିଧାନସଭାର ପ୍ରଥମ ଅଧିବେଶନ ବନ୍ଦେ ମାତରମ୍‌ରୁ କାହିଁକି ଆରମ୍ଭ ହେଲା ନାହିଁ ବୋଲି ଭାଜପା ପକ୍ଷରୁ ଅଭିଯୋଗ ଅଣାଯାଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଭାଜପାର ୧୦୫ ବିଧାୟକ ଗୃହତ୍ୟାଗ କରି ବିଧାନସଭା ବାହାରେ ନାନା ସ୍ଲୋଗାନ୍‌ ଦେବା ଆରମ୍ଭ କରିଥିଲେ।

Share